ETV Bharat / state

ଟିଟୋର ନୂଆ ଠିକଣା ସାଜିଲା ଝାରପଡା ଜେଲ

ସୟଦ୍ ଉସମନ୍ ଅଲ୍ଲୀ ଓରଫ ଟିଟୋକୁ ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡ଼ା ଜେଲରୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରିଛି ପୋଲିସ । କଡା ସୁରକ୍ଷା ମଧ୍ଯରେ ତାକୁ ସେଠାକୁ ନିଆଯାଇଥିବା ବେଳେ ସ୍ଥାନାନ୍ତରଣ କରିବାର କାରଣ ସ୍ପଷ୍ଟ ହୋଇନାହିଁ ।

author img

By

Published : Apr 19, 2019, 5:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଝାରପଡ଼ା ଜେଲ ହେଲା ଗ୍ୟାଙ୍ଗଷ୍ଟର ଟିଟୋର ନୂଆ ଠିକଣା । ସୟଦ୍ ଉସମନ୍ ଅଲ୍ଲୀ ଓରଫ ଟିଟୋକୁ ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡ଼ା ଜେଲରୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରିଛି ପୋଲିସ । କଡା ସୁରକ୍ଷା ମଧ୍ଯରେ ତାକୁ ସେଠାକୁ ନିଆଯାଇଥିବା ବେଳେ ସ୍ଥାନାନ୍ତରଣ କରିବାର କାରଣ ସ୍ପଷ୍ଟ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ଅପରାଧିକ ସାମ୍ରାଜ୍ୟ ଚଳାଇଥିଲା ଟିଟୋ । ତେବେ ଟିଟୋର ସାମ୍ରାଜ୍ୟକୁ ଚୁରମାର କରି ଗତବର୍ଷ ସେପଟେମ୍ବର ମାସରେ ତାକୁ କେନ୍ଦ୍ରାପଡ଼ାରୁ ଗିରଫ କରିଥିଲା ଏସଟିଏଫ୍ । କେନ୍ଦ୍ରାପଡ଼ାର ନସିରୁଧିନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଟିଟୋ ବିରୋଧରେ ସୁରାକ ପାଇଥିଲା ପୋଲିସ। ପରେ ଟିଟୋକୁ କାବୁ କରିବାର ସଫଳ ହୋଇଥିଲା ଏସଟିଏଫ୍‌ ଟିମ୍‌।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ବିରୁଦ୍ଧରେ ଦାଦାବଟି ଆଦାୟ, ବାଲିଘାଟରେ ଟେଣ୍ଡର ଫିକ୍ସିଂ ଓ ହତ୍ୟା ମାମଲା ପରି ଅନେକ ମାମଲା ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.