ETV Bharat / state

ଦୁର୍ଦ୍ଦାନ୍ତ ଅପରାଧିକୁ ଅପହରଣ - ଗ୍ୟାଙ୍ଗଷ୍ଟାର ବିଭୁ ଓରଫ ପ୍ରତାପ ସାହୁକୁ ଅପହରଣ

କେନ୍ଦ୍ରାପଡାରେ ଗ୍ୟାଙ୍ଗଷ୍ଟାର ବିଭୁ ସାହୁକୁ ଅପହରଣ ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

gangstar bibhu sahoo kidnapped by miscreants

author img

By

Published : Jun 2, 2023, 11:02 AM IST

gangstar bibhu sahoo kidnapped by miscreants

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର ବିଭୁ ଓରଫ ପ୍ରତାପ ସାହୁକୁ ଅପହରଣ । ମୁଖା ପିନ୍ଧି ବନ୍ଧୁକ ମୁନରେ ବିଭୁକୁ ଉଠାଇ ନେଲେ ଦୁର୍ବୃତ୍ତ । ଘଟଣାକୁ 24 ଘଣ୍ଟା ପୁରିଥିଲେ ବି ଗ୍ୟାଙ୍ଗଷ୍ଟାର ବିଭୁର ପତ୍ତା ପାଉନି ପୋଲିସ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ୟାଙ୍ଗଷ୍ଟାର ବିଭୁଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ପୂର୍ବ ଶତ୍ରୁତାରୁ ତାଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ମାର୍ଶାଘାଇ ଥାନା ବେରୁହାଁର ଦୁର୍ଦ୍ଦାନ୍ତ ଅପରାଧି ବିଭୁକୁ ବୁଧବାର ସନ୍ଧ୍ୟାରେ ଗ୍ୟାଙ୍ଗ ଶତୃତାକୁ କେନ୍ଦ୍ରକରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ମାର୍ଶାଘାଇ ପୋଲିସ ନିକଟରେ ପତ୍ନୀ ସୌଦାମିନୀ ସାହୁ ଅଭିଯୋଗ କରିଛନ୍ତି । ଭଗବାନପୁର କ୍ୟାମ୍ପରେ ୩୦ରୁ ଊର୍ଦ୍ଧ୍ବ ମୁଖା ପିନ୍ଧା ଦୁର୍ବୃତ୍ତ ପ୍ରବେଶ କରି ବନ୍ଧୁକ ମୁନରେ ବିଭୁକୁ ଉଠାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅପହରଣରେ ଗୋଟିଏ ବୋଲେରୋ, ଗୋଟିଏ ଟ୍ୟାକ୍ସି ଏବଂ ୮ଟି ବାଇକ ବ୍ୟବହାର କରିଥିଲେ ଦୁର୍ବୃତ୍ତ ମାନେ ।

ପାରାଦ୍ୱୀପ-ଚଣ୍ଡିଖୋଲ ୫୩ନଂ ଜାତୀୟ ରାଜପଥରେ ବିଭୁକୁ ଅପହରଣ କରି ଚଣ୍ଡିଖୋଲ ଅଭିମୁଖେ ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ଏକ ଅପରାଧିକ ଗ୍ୟାଙ୍ଗର ୩୦ରୁ ଊର୍ଦ୍ଧ୍ବ ଅପରାଧି ପ୍ରତିପକ୍ଷ ଗ୍ୟାଙ୍ଗର ବିଭୁକୁ ଅପହରଣ କରିଥିବା କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏ ଘଟଣାରେ କୌଣସି ସୁରାକ ପାଇନାହିଁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଦକରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର, ଏଏସ୍‌ପି ହରେଶ୍ ପାଣ୍ଡେ ଅପହରଣ ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ବିଭୁର ପତ୍ନୀ ସୌଦାମିନୀଙ୍କୁ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ-Operation White Spider: ନିଶା କାରବାରକୁ ପେଶା କରୁଥିଲେ ହେବେ ତଡିପାର

ତେବେ ଅପହରଣ ଘଟଣାକୁ ୨୪ଘଣ୍ଟା ପୁରି ଯାଇଥିବା ବେଳେ ଗ୍ୟାଙ୍ଗଷ୍ଟାର ବିଭୁ ଓରଫ ପ୍ରତାପ ଅପହରଣ ସମ୍ପର୍କରେ ପୋଲିସ କୌଣସି ସୁରାକ ପାଇନାହିଁ । ଏ ସମ୍ପର୍କରେ ଏସଡ଼ିପିଓଙ୍କୁ ପଚାରିବାରୁ ବିଭୁର ପତ୍ନୀ ସୌଦାମିନୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା କହିଛନ୍ତି ।

ଏନେଇ ଗ୍ୟାଙ୍ଗଷ୍ଟାର ବିଭୁଙ୍କ ସ୍ତ୍ରୀ କହିଛନ୍ତି,''ସେ ସନ୍ଧ୍ୟା ସମୟରେ ଘରୁ ଚା’ ପିଇ ଯାଇ ସାରିବା ପରେ ବାହାରେ ବସିଥିଲେ । ବସିବାର 15 ମିନିଟ ଭିତରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ମାଡମାରି ଗାଡି ଭିତରକୁ ନେଇଯାଇଥିଲେ। ମୋ ଦିଅର ମୋତ ସନ୍ଧ୍ୟା 7ଟାରେ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ମୁଁ ଥାନାକୁ ଯାଇ ଅଭିଯୋଗ କରିଥିଲା । ପୂର୍ବଶତ୍ରୁତାକୁ ନେଇ ତାଙ୍କୁ ଅପହରଣ କରାଯାଇଛି। ''

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.