ETV Bharat / state

ଆଳିରେ ଅମାନବୀୟ କାଣ୍ଡ, ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ - କେନ୍ଦ୍ରାପଡ଼ାରେ ଗଣଦୁଷ୍କର୍ମ

ରାଜ୍ୟରେ କମୁନି ଲଜ୍ୟା । ଥମୁନି ଦୁଷ୍କର୍ମ । ଜୁନାଗଡ଼ ପରେ ଏବେ କେନ୍ଦ୍ରାପଡ଼ାରେ ଘଟିଛି ଗଣଦୁଷ୍କର୍ମ । ବିଳମ୍ବିତ ରାତିରେ ଶୌଚ ହେବାପାଇଁ ଉଠିଥିବାବେଳେ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ।

ପ୍ରତିକାତ୍ମକ ଫଟୋ
author img

By

Published : Oct 9, 2019, 7:39 PM IST

କେନ୍ଦ୍ରାପଡ଼ା: ପୁଣି ରାଜ୍ୟରେ ଲଜ୍ୟା । ଶୌଚ ପାଇଁ ଉଠିଥିବା ବେଳେ ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତ 6 ତାରଖରେ ଘଟିଛି ଏପରି ଲଜ୍ୟାଜନକ ଘଟଣା ।

ଆଳିରେ ଅମାନବୀୟ କାଣ୍ଡ, ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ

ରାତିରେ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ଦୁଇ ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇଯାଇଥିଲେ । ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିବା ପରେ ଘର ପାଖରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମୁର୍ମୁଷ ଅବସ୍ଥାରେ ଝିଅକୁ ପାଇଥିଲେ ।

ଘଟଣା ଜଣାପଡ଼ିବା ପରେ ଗାଁର କିଛି ଲୋକ ଆପୋଷ ସମାଧାନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ପୀଡ଼ିତ ପରିବାର ରାଜି ନହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏହା ସହିତ ପୀଡ଼ିତା ନାବାଳିକାର ଡ଼ାକ୍ତରୀ ମାଇନା ମଧ୍ୟ କରିଛି ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.10.2019
Radhakanta Mohanty, Kendrapada
Slug-od_kpr_02_gangrape_script_7204459
Anchor-କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଂଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଗତ ୬ତାରିଖ ରାତିରେ ନାବାଳିକା ଜଣକ ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।ଦୁଷ୍କର୍ମ ପରେ ୨ଜଣ ଯୁବକ ଘରପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ ଘର ଲୋକେ ଖୋଜା ଖୋଜି କରିବା ପରେ ମୁର୍ମୁଷୁ ଅବସ୍ଥାରେ ପାଇଥିଲେ।ଏହି ଘଟଣାକୁ ଗାଁର କିଛି ଲୋକ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜିନହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକରଖି ତଦନ୍ତ ଜାରି ରଖିଛି ଓ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ର ଡାକ୍ତରୀ ମଇନା କରାଯାଇଛି।
Byt-victim
Byt-victim motherBody:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.