ETV Bharat / state

ମେଲାଣି ନେଲେ ମାଆ ଗଜଲକ୍ଷ୍ମୀ, ଛଳ ଛଳ ଆଖିରେ ମା’ଙ୍କୁ ବିଦାୟ - ଗଜଲକ୍ଷ୍ମୀ ବିସର୍ଜନ ପୂଜା

ବିଦାୟ ନେଲେ ମାଆ ଗଜଲକ୍ଷ୍ମୀ । ଛଳଛଳ ଆଖିରେ ମାଆଙ୍କୁ ମେଲାଣୀ ଦେଲେ କେନ୍ଦ୍ରପଡାବାସୀ । ଆଜି ମେଲଣ ଓ ଆସନ୍ତାକାଲି ଭସାଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 4, 2023, 10:39 PM IST

ମେଲାଣି ନେଲେ ମାଆ ଗଜଲକ୍ଷ୍ମୀ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ମେଲାଣି ନେଲେ ମାଆ ଗଜଲକ୍ଷ୍ମୀ । ଚଳିତ ବର୍ଷ ଅକ୍ଟୋବର 28 ତାରିଖ ଶନିବାରଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଦିନ ବିସର୍ଜନ ପୂଜା କରାଯାଇଛି । ତେବେ ଆଜି ମେଲଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆସନ୍ତାକାଲି ଭସାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଶେଷ ହୋଇଛି କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ସାତ ଦିନ ଧରି ବେଶ ଜାକଜମକରେ କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଆଜି ମେଲାଣୀ ନେଉଛନ୍ତି ମାଆ ଲକ୍ଷ୍ମୀ । ସପ୍ତାହେ ଧରି ସହରର ୫୦ରୁ ଉର୍ଦ୍ଧ୍ବ ମଣ୍ଡପରେ ମା' ଲକ୍ଷ୍ମୀଙ୍କ ସମେତ ବିଭିନ୍ନ ଦେବାଦେବୀ ପୂଜା ପାଉଥିଲେ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଥିଲା କେନ୍ଦ୍ରାପଡା । ମାଆଙ୍କ ଆଗମନରେ ପୁରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..Gajalaxmi Puja: କ୍ୱିଣ୍ଟାଲ କ୍ୱିଣ୍ଟାଲ ରୂପାରେ ଝଲସୁଛନ୍ତି ମା’ ଲକ୍ଷ୍ମୀ

ଅନ୍ୟପଟେ ମାଆଙ୍କ ପୂଜା ମଣ୍ଡପ ନିକଟରେ ବସିଥିବା ବିଭିନ୍ନ ମୀନାବଜାର, ଖାଇବା ଦୋକାନ, ଖେଳଣା ଦୋକାନ ଆଦିରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।ଲୋକମାନେ ମାଆଙ୍କ ଦର୍ଶନ କରିବା ସହ ଏସବୁ ଜିନିଷର ମଧ୍ୟ ମଜା ଉଠାଇଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକମାନଙ୍କ ଖଚାଖଚ ଭିଡ଼ ଜମିଥିବା ବେଳେ ଚଳିତ ବର୍ଷ ଉଠା ଦୋକାନୀମାନଙ୍କର ଭଲ ବ୍ୟବସାୟ ହୋଇଥିବା ନେଇ ସୂଚନା ରହିଛି ।

ଗଜଲକ୍ଷ୍ମୀ ପୂଜା ସାଙ୍ଗକୁ ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକମାନେ । ରାଜ୍ୟର ବିଭିନ୍ନ ନାମକରା ଅର୍କେଷ୍ଟ୍ରା ଓ ଡ୍ୟାନ୍ସ ଟିମ କେନ୍ଦ୍ରାପଡା ସହରର ମହିପାଳ, ବଣିଆମାଳ, ତିନିମୁହାଣୀ, ବଣିଆସାହି, ସାନ୍ତସାହି, କେଶପୁର ବଜାର, ମଢିଆଳ ପ୍ରଭୃତି ସ୍ଥାନରେ ନିଜର କଳା ଦେଖାଇଥିଲେ । କଣ୍ଠଶିଳ୍ପୀ ଇରା ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ, କମେଡିଆନ ପ୍ରଜ୍ଞା ଖଟୁଆଙ୍କ ଭଳି ପ୍ରସିଦ୍ଧ କଳାକାର ସେମାନଙ୍କର କଣ୍ଠ ସ୍ୱର ଓ ଅଭିନୟ ଯାଦୁରେ ସହରବାସୀଙ୍କୁ ଝୁମାଇଥିଲେ।

ଏହାମଧ୍ୟ ପଢନ୍ତୁ..ଗଜଲକ୍ଷ୍ମୀଙ୍କ ଆବାହନରେ ଉତ୍ସବ ମୁଖର ଶିଳ୍ପ ନଗରୀ, ପୂଜା ବୁଲାର ମଜା ନେଉଛନ୍ତି ଦର୍ଶକ

ତେବେ ପୂଜା ସମୟରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭିଡ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଚଳିତ ବର୍ଷ କେନ୍ଦ୍ରାପଡାରେ ପୂଜା ମଣ୍ଡପ ଗୁଡିକରେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଦେଖାଯାଇନଥିବା ସୂଚନା ରହିଛି । ଅନ୍ୟପଟେ ମେଲଣ ଓ ଭସାଣ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.