ETV Bharat / state

ଅନଶନରେ ବସିଥିବା ଶ୍ରୀକାନ୍ତଙ୍କୁ ଭେଟିଲେ ସ୍ଵାଧିନତା ସଂଗ୍ରାମୀ ପଦ୍ମଚରଣ - ସ୍ଵାଧିନତା ସଂଗ୍ରାମୀ ପଦ୍ମଚରଣ ନାୟକ

ଭିତରକନିକା ଜୈବ ବିବିଧତା ରକ୍ଷା ଏବଂ ହେନ୍ତାଳ ବଣର ସୁରକ୍ଷା ପାଇଁ ଗତ ୧୦ ତାରିଖରୁ ଭିତରକନିକା ଇକୋ ସେନସିଟିଭି ଜୋନ ସଦସ୍ୟ ଶ୍ରୀକାନ୍ତ ନାୟକ ଚଳାଇଥିବା ଅନଶନ ସ୍ଥାନରେ ପହଞ୍ଚିଛନ୍ତି ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ପଦ୍ମଚରଣ ନାୟକ । ଅଧିକ ପଢନ୍ତୁ...

ଅନସନରେ ବସିଥିବା ଶ୍ରୀକାନ୍ତଙ୍କୁ ଭେଟିଲେ ସ୍ଵାଧିନତା ସଂଗ୍ରାମୀ ପଦ୍ମଚରଣ ନାୟକ

author img

By

Published : Aug 20, 2021, 10:22 PM IST

କେନ୍ଦ୍ରାପଡା: ଭିତରକନିକା ଜୈବ ବିବିଧତା ରକ୍ଷା ଏବଂ ହେନ୍ତାଳ ବଣର ସୁରକ୍ଷା ପାଇଁ ଗତ ୧୦ ତାରିଖରୁ ଭିତରକନିକା ଇକୋ ସେନସିଟିଭି ଜୋନ ସଦସ୍ୟ ଶ୍ରୀକାନ୍ତ ନାୟକ ଚଳାଇଥିବା ଅନଶନ ସ୍ଥାନରେ ପହଞ୍ଚିଛନ୍ତି ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ, ଗାନ୍ଧିବାଦୀ ନେତା ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ସଭାପତି ପଦ୍ମଚରଣ ନାୟକ।

ଅନଶନରେ ବସିଥିବା ଶ୍ରୀକାନ୍ତଙ୍କୁ ଭେଟିଲେ ସ୍ଵାଧିନତା ସଂଗ୍ରାମୀ ପଦ୍ମଚରଣ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀକାନ୍ତ ଚଳାଇଥିବା ଅନଶନ ସ୍ଥାନରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଅନଶନ ଭାଙ୍ଗିବା ପାଇଁ ବୁଝାସୁଝା କରିଥିଲେ । ଏଥିସହ ନିର୍ଦ୍ଦୟ ଓ ମାନବିକତା ବିହୀନ ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କରିବା ଅପେକ୍ଷା ନ୍ୟାୟାଳୟର ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ ଓ ଅନଶନ ହେଉଛି ଶେଷ ରାସ୍ତା ଯାହା ଏବେ ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ନାୟକ ।

ଆଲୋଚନା ପାଇଁ ୨୪ ତାରିଖକୁ ଧାର୍ଯ୍ୟ କରିଥିବା ବେଳେ ଏବେ କାହିଁକି ଆଲୋଚନା କରୁନାହାନ୍ତି ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଏହି ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.