ETV Bharat / state

ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ 11 ଜୀବନ, ସମ୍ମାନିତ କଲା ପ୍ରଶାସନ - ଗୁଡ ସମରିଟାନ

ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇ ଜୀବନ ବଞ୍ଚାଇଥିବା 4 ଜଣଙ୍କୁ ଗୁଡ ସମରିଟାନ ଭାବେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପୁରସ୍କୃତ କରିଛନ୍ତି । ଅଧିକ ପଢ଼ନ୍ତୁ

road safety week
ଜାତୀୟ ସଡକ ସୁରକ୍ଷା ସପ୍ତାହ
author img

By

Published : Jan 14, 2023, 11:59 AM IST

ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ବଞ୍ଚାଇ ପୁରସ୍କୃତ ହେଲେ ୪ ଗୁଡ ସମରିଟାନ

କେନ୍ଦ୍ରାପଡ଼ା: ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ ଦୁର୍ଘଟଣାଗ୍ରସ୍ତ ଆହତ ଓ ଗୁରୁତରଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜସ୍ୱ ବ୍ୟବସ୍ଥାରେ ମେଡିକାଲରେ ପହଞ୍ଚାଇ କେନ୍ଦ୍ରାପଡା ଜିଲ୍ଲାରୁ 'ଗୁଡ ସମରିଟାନ' ଭାବେ ୪ ଜଣଙ୍କୁ ପୁରସ୍କୃତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ୪ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । କେନ୍ଦ୍ର ସଡକ ଓ ପରିବହନ ବିଭାଗ ୨୯ ସେପ୍ଟେମ୍ବର ୨୦୨୦ ମସିହାରେ 'ଗୁଡ ସମରିଟାନ' ଆୱାର୍ଡ ପ୍ରଦାନ ବ୍ୟବସ୍ଥା କରିଥିବା ବେଳେ ୨୧ ସେପ୍ଟେମ୍ବର ୨୦୨୧ରେ ବିଭିନ୍ନ ଜାତୀୟ ଓ ରାଜ୍ୟ ସଡକ ପଥ ସହ ଗ୍ରାମାଞ୍ଚଳରେ ହେଉଥିବା ଦୁର୍ଘଟଣାରେ ଆହତ ଓ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ସୁବିଧା କରାଇ ପୋଲିସକୁ ଖବର ଦେଲେ ୨ ହଜାର ଟଙ୍କା ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବର୍ତ୍ତମାନ ସଂକ୍ରମଣ ରହିଛି, ଭିଡ ସ୍ଥାନକୁ ଗଲେ ନିଜକୁ ସୁରକ୍ଷିତ ରଖନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରୁ ରମେଶ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ତରାଇ, ସନ୍ୟାସୀ ରାଉତ ଏବଂ ନରହରି ସୁତାରଙ୍କୁ ଶୁକ୍ରବାର ଦିନ ପୁଷ୍ପଗୁଚ୍ଛ ସହ ନଗଦ ଟଙ୍କା ପ୍ରଦାନ କରି ପ୍ରତିକୂଳ ପରିସ୍ଥିତିରେ ଆହତଙ୍କ ପାଇଁ ଦେବଦୂତ ସାଜିଥିବାରୁ ଜିଲ୍ଲା ପ୍ରଶାସନ ଧନ୍ୟବାଦ ଜଣାଇଛି । ନରହରି ସୁତାର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଗତବର୍ଷ ଜାନୁଆରୀ ମାସରେ ବାଟରେ ଯାଉଥିବା ବେଳେ ତିନିଜଣ ଯୁବକ ଗାଡ଼ିରୁ ପଡି ଗୁରୁତର ଆହତ ହୋଇଥିବାବେଳେ ନରହରି ସୁତାର ଦେବଦୂତ ସାଜି ଏକ ଅଟୋ ସାହାଯ୍ୟରେ ନିକଟସ୍ଥ ମେଡ଼ିକାଲକୁ ନେଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟ ସଂକଟାପନ୍ନ ଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଉକ୍ତ ତିନିଜଣ ଯୁବକ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଓଡିଶା ମିଲେଟକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ, ହକି ଖେଳାଳିଙ୍କୁ ପରସାଯିବ ମାଣ୍ଡିଆ ଖାଦ୍ୟ

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଥିବା କାରଣରୁ ନରହରି ସୁତାରଙ୍କୁ ଖୁସି ବ୍ୟକ୍ତ କରିଛନ୍ତି । ସମସ୍ତ ଯୁବଛାତ୍ର ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇବା ପାଇଁ ପଣ କଲେ ଦୁର୍ଘଟଣା ଜନିତ "ଜିରୋ କ୍ୟାଜୁଆଲିଟି"ମିଶନ ସଫଳ ହୋଇପାରିବ ବୋଲି କହିଛନ୍ତି । ସେହିପରି ଏହି ୪ ଜଣ ବ୍ୟକ୍ତି ମୋଟ ୧୧ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହିଭଳି ଭାବନା ରଖି ସମସ୍ତେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡିକାଲରେ ପହଞ୍ଚାଇ ଜଣେ ଭଲ ମଣିଷ ପରିଚୟ ଦେଇ 'ଗୁଡ ସମରିଟାନ' ପୁରସ୍କାର ପାଇବା ପାଇଁ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.