ETV Bharat / state

ହରିଣ ଶିକାର କରି ହ୍ୟାଣ୍ଡକପରେ ଦୁଇ ଶିକାରୀ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ବନବିଭାଗ ପାଟ୍ରୋଲିଂ କରି ଦୁଇ ହରିଣ ଶିକାରୀଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

author img

By

Published : Jun 11, 2021, 11:52 AM IST

ହ୍ୟାଣ୍ଡକପରେ ଦୁଇ ଶିକାରୀ
ହ୍ୟାଣ୍ଡକପରେ ଦୁଇ ଶିକାରୀ

କେନ୍ଦ୍ରାପଡା: ଦୁଇ ହରିଣ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ବନବିଭାଗ ପାଟ୍ରୋଲିଂ କରି ଦୁଇ ହରିଣ ଶିକାରୀଙ୍କୁ ଗରିଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ହରିଣ ଶିକାର କରି ହ୍ୟାଣ୍ଡକପରେ ଦୁଇ ଶିକାରୀ

ସୂଚନାଅନୁସାରେ, ଗୁପ୍ତି ସୁନେଇ-ରୂପେଇ ଜଙ୍ଗଲ ମଧ୍ୟରେ କିଛି ଶିକାରୀ ଏକ ହରିଣକୁ ମାରି ମାଂସ ବିକ୍ରି କରିବା ଉଦ୍ଦେଶ୍ୟରେ ଯୋଜନା କରୁଥିଲେ । ଗତକାରି ରାଜନଗର ବନବିଭାଗ ପାଟ୍ରୋଲିଂ ସ୍କ୍ବାର୍ଡ ହାତରେ ଦୁଇ ଶିକାରି ଧରା ପଡିଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି । ବନବିଭାଗର ଏହି ଚଢାଉରେ ହରିଣ ମାଂସ ଜବତ ହେବା ସହିତ ଦୁଇଟି କଟୁରି,ହରିଣ ସିଙ୍ଗ, ଛାଲ,ଫାସ ଆଦି ଜବତ ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଧାରା 9\27ରେ ଦୁଇଜଣଙ୍କ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ରାଜନଗର ରେଞ୍ଜ ଅଫିସର ଧନେଶ୍ବର ରଥ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.