ETV Bharat / state

୫ ବ୍ରାଉନସୁଗାର ବେପାରୀ ଗିରଫ, ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ୍

କେନ୍ଦ୍ରାପଡ଼ା ଟାଉନ ପୋଲିସ ପଞ୍ଝାରେ ଧଳାଜହର ବ୍ୟବସାୟୀ । ଗୋପ ଟିଭି ସେଣ୍ଟର ଠାରେ ଚାଲିଥିଲା ବ୍ୟବସାୟ । ଅଧିକ ପଢ଼ନ୍ତୁ

୫ ବ୍ରାଉନସୁଗାର ବେପାରୀ ଗିରଫ
୫ ବ୍ରାଉନସୁଗାର ବେପାରୀ ଗିରଫ
author img

By

Published : Apr 27, 2022, 10:22 PM IST

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଟାଉନ ପୋଲିସ ପଞ୍ଝାରେ ଧଳାଜହର ବ୍ୟବସାୟ କରୁଥିଲେ ୫ ଯୁବକ । ମଙ୍ଗଳବାର ଅପରାହ୍ନରେ ଗୋପ ଟିଭି ସେଣ୍ଟର ଠାରେ ଚାଲିଥିଲା ବ୍ରାଉନସୁଗାର ବ୍ୟବସାୟ । ଏନେଇ କେନ୍ଦ୍ରାପଡ଼ା ପୋଲିସ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା ।

୫ ବ୍ରାଉନସୁଗାର ବେପାରୀ ଗିରଫ

ସେଠାରେ ଚଢ଼ାଉ କରୁଥିବା ସମୟରେ କେନ୍ଦ୍ରାପଡା ଫକିରାବାଦ ଅଞ୍ଚଳର ସେକ ରାହିଲ, ମହିପାଳ ଅଞ୍ଚଳର ମୀର ନିଜାମୁଦ୍ଦିନ, କପାଳେଶ୍ୱର ଅଞ୍ଚଳର ଲକ୍ଷ୍ମୀଧର ନାୟକ, ଅଙ୍ଗୁଳାଇ ଅଞ୍ଚଳର ନାରାୟଣ ପାତ୍ର ଓ ମାହାଙ୍ଗା ଅଞ୍ଚଳର ସୁମିତ ସିହ୍ନାକୁ କାବୁ କରିଛି । ସମସ୍ତ ବ୍ୟବସାୟୀଙ୍କୁ ଆଣି ଥାନାରେ ଅଟକ ରଖିଛି ପୋଲିସ ।

ତଦନ୍ତ ବେଳେ ବ୍ୟବସାୟୀଙ୍କ ଠାରୁ ଦୁଇଟି ମୋଟର ସାଇକେଲ, ଚାରୋଟି ମୋବାଇଲ, ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ସାତ ହଜାର ସାତ ଶହ ଟଙ୍କା ଜବତ କରିଛି । ଏ ସମ୍ପର୍କରେ ଆଜି ଟାଉନ ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଯୋଗଦେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟର ମାଷ୍ଟରମାଇଣ୍ଡକୁ ଏବେ ବି ଖୋଜୁଛି ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.