ETV Bharat / state

ନିଖୋଜ ନାଗମଣିଙ୍କ ହାତ ବିହୀନ ମୃତଦେହ ଉଦ୍ଧାର - ନିଖୋଜ ନାଗମଣିଙ୍କ ମୃତଦେହ ଉଦ୍ଧାର

ବୁଧବାର ସନ୍ଧ୍ୟାରେ ଗୋବରୀ ନଦୀରୁ ମିଳିଲା ନିଖୋଜ ନାଗମଣିଙ୍କ ମୃତଦେହ । କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ । ଅଧିକ ପଢନ୍ତୁ

ନିଖୋଜ ନାଗମଣିଙ୍କ ହାତ ବିହିନ ମୃତଦେହ ଉଦ୍ଧାର
ନିଖୋଜ ନାଗମଣିଙ୍କ ହାତ ବିହିନ ମୃତଦେହ ଉଦ୍ଧାର
author img

By

Published : Jul 14, 2022, 7:22 AM IST

କେନ୍ଦ୍ରାପଡା: ନିଖୋଜ ନାଗମଣିଙ୍କ ମୃତଦେହ ଉଦ୍ଧାର। ବୁଧବାର ସନ୍ଧ୍ୟାରେ ଗୋବରୀ ନଦୀରୁ ମିଳିଲା ମୃତଦେହ । ବ୍ୟକ୍ତି ଜଣଙ୍କର ଶରୀରରେ ଗୋଟିଏ ହାତନଥିବାରୁ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ନାଗମଣିଙ୍କୁ ଝାମ୍ପି ନେଲା କୁମ୍ଭୀର ! ମିଳୁନି ପତ୍ତା

ନିଖୋଜ ନାଗମଣିଙ୍କ ହାତ ବିହିନ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ନାଗମଣି ମଳିକ, ଟହଲା ମଳିକ ଓ ଦସୁଆ ମଳିକ ମାଛ ଧରିବାକୁ ଗୋବରୀ ନଦୀକୁ ଯାଇଥିଲେ। ଟହଲା ଏବଂ ଦସୁଆ ଗୋଟିଏ ସ୍ଥାନରେ ଜାଲ ପକାଉଥିଲା ବେଳେ କିଛି ଦୂରକୁ ଯାଇ ନାଗମଣି ଜାଲ ପକାଉଥିଲେ । ଏହି ସମୟରେ ହଠାତ ନାଗମଣିଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଟହଲା ଓ ଦସୁଆ ସେଠାକୁ ଯାଇ ଦେଖିବା ବେଳେ ନାଗମଣିଙ୍କ ଗାମୁଛା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗା ସାହାଯ୍ୟରେ ସାରାରାତି ରାତିତମାମ ତାଙ୍କୁ ଖୋଜିଥିଲେ । ମାତ୍ର ତାଙ୍କର କୌଣସି ଖବର ମିଳିନଥିଲା । ଏହା ପରେ ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଖୋଜା ଖୋଜି କରିବା ପରେ ବୁଧବାର ସନ୍ଧ୍ୟାରେ ମୃତଦେହ ଉଦ୍ଧାର କରାଯାଇଥିଲା।

ତେବେ ନାଗମଣୀଙ୍କ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ମହାକାଳପଡ଼ା ବ୍ଲକର ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଏବେ କୁମ୍ଭୀର ଭୟ ସୃଷ୍ଟି ହୋଇଛି । ନଦୀ ଉପରେ ନିର୍ଭର କରୁଥିବା ଲୋକେ କିପରି ବଞ୍ଚିବେ ସେନେଇ ଚିନ୍ତାରେ । ଅନ୍ୟପଟେ କୁମ୍ଭୀର ଆକ୍ରମଣରେ ମୃତକଙ୍କ ପରିବାର ଓ ଆହତଙ୍କୁ ବନବିଭାଗ, ଜିଲ୍ଲା ପ୍ରଶାସନ କୌଣସି ସହଯୋଗ କରୁନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ନାଗମଣି ତାଙ୍କ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.