ETV Bharat / state

ପୁଅକୁ ନେବା ପାଇଁ ଦ୍ବିତୀୟ ସ୍ବାମୀକୁ ଅପହରଣ କଲା ପ୍ରଥମ ସ୍ବାମୀ - କେନ୍ଦ୍ରାପଡା

ପ୍ରଥମେ ବିବାହ ପରେ ବିଚ୍ଛେଦ ଆଉ ଏହା ପରେ ଅନ୍ୟଜଣଙ୍କ ହାତଧରି ବିବାହ କଲେ ସ୍ତ୍ରୀ । କିନ୍ତୁ ଜନ୍ମ ନେଇଥିବା 7 ବର୍ଷର ଶିଶୁ ପୁତ୍ରକୁ ନେବାକୁ ଚାହୁଁଥିଲେ ପ୍ରଥମ ସ୍ବାମୀ । ଏଥିପାଇଁ ଅପହରଣ ଉଦ୍ୟମ କରି ଗିରଫ ହୋଇଛନ୍ତି ସ୍ବାମୀଙ୍କ ସମେତ 3 ସହଯୋଗୀ । ଅଧିକ ପଢନ୍ତୁ...

ପୁଅକୁ ନେବା ପାଇଁ ଦ୍ବିତୀୟ ସ୍ବାମୀକୁ ଅପହରଣ କଲା ପ୍ରଥମ ସ୍ବାମୀ

author img

By

Published : Jun 10, 2021, 8:51 AM IST

କେନ୍ଦ୍ରାପଡା: ପ୍ରଥମେ ବିବାହ ପରେ ବିଚ୍ଛେଦ ଆଉ ଏହା ପରେ ଅନ୍ୟଜଣଙ୍କ ହାତଧରି ବିବାହ କଲେ ସ୍ତ୍ରୀ । କିନ୍ତୁ ଜନ୍ମ ନେଇଥିବା 7 ବର୍ଷର ଶିଶୁ ପୁତ୍ରକୁ ନେବାକୁ ଚାହୁଁଥିଲେ ପ୍ରଥମ ସ୍ବାମୀ । ଏଥିପାଇଁ ଅପହରଣ ଉଦ୍ୟମ କରି ଗିରଫ ହୋଇଛନ୍ତି ସ୍ବାମୀଙ୍କ ସମେତ 3 ସହଯୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜନଗର ଥାନା ବରୁଣିପଲ୍ଲା ଗାଁରେ।

ପୁଅକୁ ନେବା ପାଇଁ ଦ୍ବିତୀୟ ସ୍ବାମୀକୁ ଅପହରଣ କଲା ପ୍ରଥମ ସ୍ବାମୀ

ଅଭିଯୋଗ ଅନୁଯାୟୀ,ଏହି ଗାଁର ଦୀପକ ପ୍ରଧାନ ଗତ ୨ବର୍ଷ ତଳେ ରଶ୍ମିତା ନାମ୍ନୀ ଜନୈକା ମହିଳାଙ୍କୁ ପ୍ରେମବିବାହ କରିଥିଲେ। ତେବେ ରଶ୍ମିତା ପୂର୍ବରୁ ମହାକାଳପଡ଼ା ତନ୍ତିଆପାଳ ଥାନା ଅନ୍ତର୍ଗତ ମାଳିଅଞ୍ଚ ଗାଁର ନରେନ୍ଦ୍ର ସ୍ବାଇଁଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ଏକ ପୁଅ ଥିଲା। ତେବେ ଦୀପକଙ୍କୁ ବିବାହ କରିବାବେଳେ ରଶ୍ମିତା ପୁଅକୁ ନେଇ ଚାଲିଆସିଥିଲେ । ଦୀର୍ଘଦିନ ଧରି ପୁଅକୁ ଫେରାଇବା ପାଇଁ ନରେନ୍ଦ୍ର, ରଶ୍ମିତାଙ୍କ ଉପରେ ଚାପ ପକାଇ ଆସୁଥିଲା। ତେବେ ଗତ ସୋମବାର ସନ୍ଧ୍ୟାରେ ନରେନ୍ଦ୍ର ଓ ତାର ଆଉ 4 ଜଣ ସମ୍ପର୍କୀୟ ରଶ୍ମିତାଙ୍କ ନିକଟରୁ ପୁଅକୁ ବଳପୂର୍ବକ ଛଡାଇ ନେବା ପାଇଁ ଆସିଥିବାବେଳେ ଏହାର ବିରୋଧ କରିଥିଲେ ଦୀପକ ଓ ରଶ୍ମିତା।

ଏଥିରେ ଉତକ୍ଷିପ୍ତ ହୋଇ ନରେନ୍ଦ୍ର ଓ ସାଥି ଉଭୟ ଦୀପକ ଓ ରଶ୍ମିତାଙ୍କୁ ମାଡ଼ ମାରିବା ସହ ଦୀପକଙ୍କୁ ଏକ ବୋଲେରୋ ଗାଡ଼ିରେ ଅପହରଣ କରିନେଇଥିବା ରଶ୍ମିତା ରାଜନଗର ଥାନାରେ ଅଭିଯୋଗ କରିଥିଲେ। ସଙ୍ଗେସଙ୍ଗେ ରାଜନଗର ପୋଲିସ ଦୁଇଟି ଟିମ୍ ଗଠନ କରି ଦୀପକଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରିଥିଲେ । ଅପହରଣକାରୀମାନେ ଦୀପକଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବାସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି ଦୀପକ। ଏଥିସହ ସନ୍ଧ୍ୟା ପ୍ରହରରେ ପୋଲିସର କଡ଼ା ଚେକିଂ ସତ୍ତ୍ବେ ରାଜନଗରରୁ ମହାକାଳପଡ଼ା ଜମ୍ବୁ ଅଞ୍ଚଳକୁ କିପରି ଅପହରଣ କରିନେଲେ ସେନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.