କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ଆଜି(ସୋମବାର) କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨ଟି ଜିଲ୍ଲା ପରିଷଦ ଆସନରୁ ୪ ଜଣ, ୨୪୯ଟି ସମିତିସଭ୍ୟ ଆସନରୁ ୩୯ ଜଣ, ୨୪୯ ସରପଞ୍ଚ ଆସନରୁ ୮୩ ଜଣ ଓ ୩୬୯୮ଟି ୱାର୍ଡମେମ୍ବର ଆସନରୁ ୬୮୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ସର୍ବାଧିକ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡିରୁ ମାତ୍ର ଜଣେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଏହା ପ୍ରଥମ ଦିନ ନାମାଙ୍କନ ପତ୍ର ଦାଖଲର ସ୍ଥିତି ରହିଥିବା କହିଛନ୍ତି ଜିଲ୍ଲାପାଳ ।
ବିଭିନ୍ନ ବ୍ଲକରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ...
- ମାର୍ଶାଘାଇ ବ୍ଲକ: ୧୨୧ ୱାର୍ଡସଭ୍ୟ, ୧୨ ସରପଞ୍ଚ, ୧୧ ସମିତିସଭ୍ୟ
- କେନ୍ଦ୍ରାପଡ଼ା ବ୍ଳକ: ୯୧ ୱାର୍ଡମେମ୍ବର, ୫ ସରପଞ୍ଚ, ୪ ସମିତିସଭ୍ୟ
- ରାଜନଗର ବ୍ଳକ: ୨୮ ୱାର୍ଡମେମ୍ବର, ୫ ସରପଞ୍ଚ, ୧୦ ସମିତିସଭ୍ୟ
- ମହାକାଳପଡ଼ା ବ୍ଲକ: ୮୨ ୱାର୍ଡମେମ୍ବର, ୭ ସରପଞ୍ଚ, ୩ ସମିତିସଭ୍ୟ
- ଆଳି ବ୍ଲକ: ୭୦ ୱାର୍ଡମେମ୍ବର, ୧୯ ସରପଞ୍ଚ, ୨ ସମିତିସଭ୍ୟ
- ରାଜକନିକା ବ୍ଲକ: ୭୨ ୱାର୍ଡମେମ୍ବର, ୭ ସରପଞ୍ଚ, ୪ ସମିତିସଭ୍ୟ
- ପଟ୍ଟାମୁଣ୍ଡାଇ ବ୍ଲକ: ୯୩ ୱାର୍ଡମେମ୍ବର, ୧୬ ସରପଞ୍ଚ, ୨ ସମିତିସଭ୍ୟ
- ଗରଦପୁର ବ୍ଳକ: ୪୯ ୱାର୍ଡମେମ୍ବର, ୯ ସରପଞ୍ଚ, ୧ ସମିତିସଭ୍ୟ
- ଡେରାବିଶ୍ ବ୍ଲକ: ୭୮ ୱାର୍ଡମେମ୍ବର, ୩ ସରପଞ୍ଚ, ୨ ସମିତିସଭ୍ୟ
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ