କେନ୍ଦ୍ରାପଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଆଜି ପୂର୍ବାହ୍ନରେ ନୂତନ ଟିକେଟ କାଉଣ୍ଟର ପାଇଁ ନିର୍ମାଣ କରାଯାଉଥିବା ଅସ୍ଥାୟୀ ଟେଣ୍ଟ ଘର ପାଇଁ ୱେଲଡିଂ କରାଯାଉଥିଲା । ହଠାତ ନିଆଁ ଲାଗିଯାଇଥିଲା । ଏହାର ପ୍ରଭାବରେ ବିଭିନ୍ନ ୱାର୍ଡରେ ଧୂଆଁ ବ୍ୟାପି ଯାଇଥିବା ବେଳେ ରୋଗୀ ଏବଂ ସମ୍ପର୍କୀୟ ଏଣେତେଣେ ଧାଁ ଧପଡ଼ କରିଥିଲେ ।
କିଛି ସମୟ ପାଇଁ ମେଡିକାଲରେ କୋକୁଆ ଭୟ ଖେଳିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଠିକାରେ କାମ କରୁଥିବା ସଂସ୍ଥାର ଜଣେ କର୍ମଚାରୀ ଆହତ ହୋଇଛନ୍ତି ।
ଏନେଇ ସିଡିଏମଓଙ୍କୁ ପଚାରିବାରୁ ଏହି କାର୍ଯ୍ୟ ପାଇଁ ଠିକାସଂସ୍ଥା ଅନୁମତି ନେଇ କାମ କରୁଥିଲେ ଓ ବ୍ୟସ୍ତତା ପାଇଁ ଏହି କାର୍ଯ୍ୟ ଶୀଘ୍ର କରାଯାଇଥିଲା। ହେଲେ ଅସାବଧାନତା ଯୋଗୁଁ ଏଭଳି ଘଟିଥିବା ଓ ଏହି ଅଗ୍ନିକାଣ୍ଡ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହିଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ