ETV Bharat / state

ଭିତରକନିକା ଜାତୀୟ ଉଦ୍ୟାନରେ ନିଆଁ, ଜଳିଗଲା ମୂଲ୍ୟବାନ ଗଛ - ଭିତରକନିକାରେ ଅଗ୍ନିକାଣ୍ଡ

ଭିତରକନିକା ଜାତୀୟ ଉଦ୍ୟାନରେ ନିଆଁ ଲାଗି ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ ହୋଇଛି । ଅଧିକ ପଢନ୍ତୁ

Fire Breaks Out at bhitarkanika
ଭିତରକନିକା ଜାତୀୟ ଉଦ୍ୟାନରେ ନିଆଁ,
author img

By

Published : May 3, 2023, 10:31 AM IST

ଭିତରକନିକା ଜାତୀୟ ଉଦ୍ୟାନରେ ନିଆଁ

କେନ୍ଦ୍ରାପଡା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେରେ ଅଗ୍ନିକାଣ୍ଡ ହୋଇଛି । କନିକା ରେଞ୍ଜର ଶୈଳେନ୍ଦ୍ରସାଇ ସଂରକ୍ଷିତ ହେନ୍ତାଳ ବଣରେ ଭୟଙ୍କର ନିଆଁ ଲାଗିଛି । ଏଥିରେ ବହୁ ମୂଲ୍ୟବାନ ଗଛ ଜଳି ପୋଡି ପାଉଁଶ ହୋଇଛି । ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।

ସୂଚାନାନୁସାରେ, କେନ୍ଦ୍ରାପଡା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସଂରକ୍ଷିତ ଲୁଣା ଜଙ୍ଗଲରେ ମଙ୍ଗଳବାର ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହି ନିଆଁ ପାଖାପାଖି 110 ହେକ୍ଟର ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଉଦ୍ୟାନ ସଂଲଗ୍ନ ହାତିଆଗଣ୍ଡ ଗାଁ ଲୋକେ ନିଆଁକୁ ଦେଖି ଆତଙ୍କିତ ହୋଇଥିଲେ । ନିଆଁ ତାଳଚୁଆ ବନବିଭାଗ ସେକ୍ସନ କଣ୍ଟିଆ ଫରେଷ୍ଟ ବ୍ଲକ ଅଧୀନରେ ପ୍ରତି ମିନିଟରେ ବ୍ୟାପୁଥିବା ଦେଖି ବନବିଭାଗର କର୍ମଚାରୀ ମାନେ ସଙ୍ଗେସଙ୍ଗେ ନିଆଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନେଇଥିଲେ । ଉପକୂଳର ସୁରକ୍ଷା ପ୍ରାଚୀର କୁହାଯାଉଥିବା ଲୁଣା ଜାତୀୟ ଅନ୍ୟୁନ ୩୦ରୁ ଊର୍ଦ୍ଧ୍ବ ହେନ୍ତାଳ ଗଛ ଏହି ଅଗ୍ନିକାଣ୍ଡରେ ଜଳି ଯାଇଛି ।

ଅଗ୍ନିକାଣ୍ଡ ଫଳରେ ଜଙ୍ଗଲରେ ରହୁଥିବା ହରିଣ,ବଣ ବିରାଡ଼ି,ବିଭିନ୍ନ ପ୍ରକାର ପଶୁଙ୍କ ସମେତ ଅନେକ ପକ୍ଷୀ ମଧ୍ୟ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ମାତ୍ର ଏନେଇ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ହେନ୍ତାଳ ଗଛ ଜଳି ଯାଇଥିବା ବେଳେ ବଡ଼ ଧରଣର କ୍ଷୟକ୍ଷତି ପୂର୍ବରୁ ବନକର୍ମଚାରୀ ଓ ଗ୍ରାମବାସୀଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି । ପାଖାପାଖି 25ଟି ହେନ୍ତାଳ ବଣରେ ନିଆଁ ଲାଗି ଯାଇଥିଲା । ତେବେ କିପରି ଅଗ୍ନିକାଣ୍ଡ ଘଟିଲା ତାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କୁ ରେଞ୍ଜ ଅଫିସର ମାନସ ଦାସ ଧନ୍ୟବାଦ ଜଣାଇଛନ୍ତି ।

ଏହା ବି ପଢନ୍ତୁ...Sambalpur violence: ରାଜ୍ୟ ସରକାର ହିନ୍ଦୁ ସମୁଦାୟଙ୍କ ପ୍ରତି ଅନ୍ୟାୟ କରିଛନ୍ତି: ବିଜେପି

ଏହା ବି ପଢନ୍ତୁ...କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ 3ମାସ ଭିତରକନିକା ବନ୍ଦ

ପ୍ରକାଶଥାଉ କି, ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଛି । କୁମ୍ଭୀର ପ୍ରଜନନ ସମୟ ହୋଇଥିବାରୁ ମଇ 1 ତାରିଖରୁ ଜୁଲାଇ 31 ତାରିଖ 3ମାସ ଯାଏଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଅଗଷ୍ଟ 1ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିବ । ଏହି ୩ ମାସ ଭିତରକନିକା ଭିତରେ ବୋଟ୍‌ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ବୋଲି ଆଶଙ୍କା କରାଯାଏ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.