କେନ୍ଦ୍ରାପଡ଼ା: +୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ଛାତ୍ରଛାତ୍ରୀଙ୍କୁ ପଡିଲା ମହଙ୍ଗା । ଗତକାଲି କେନ୍ଦ୍ରାପଡ଼ା ତିନିମୁହାଣୀ ଛକରେ ଛାତ୍ରସଂସଦ ପକ୍ଷରୁ ହୋଇଥିବା ଗଣବିକ୍ଷୋଭରେ ୧୨ଜଣ ଛାତ୍ରନେତାଙ୍କ ସମେତ ଅନ୍ୟ ଆନ୍ଦୋଳନକାରୀଙ୍କ ନାମରେ ମାମଲା ରୁଜୁ କରିଛି ଟାଉନ ଥାନା ପୋଲିସ ।
କେସ ନଂ ୭୮/୨୦୨୧ର ଆଇପିସି ଧାରା 147/186/283/149ରେ ମାମଲା କରାଯାଇଥିବା ବେଳେ 7 କ୍ରିମିନାଲ ଆମାଣ୍ଡମେଣ୍ଟ ଆକ୍ଟ, 51(ଖ) ଡିଜାସ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଓ 3 ଏପିଡେମୀକ ଡିଜିଜ ଆକ୍ଟରେ କେଶ ରୁଜ୍ଜୁ କରାଯାଇଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ