ETV Bharat / state

ଜମିକୁ ପାଣି ନଆସିବାରୁ କେନ୍ଦ୍ରାପଡାରେ ତାତିଲେ ଚାଷୀ

author img

By

Published : Nov 5, 2022, 9:15 AM IST

କେନ୍ଦ୍ରାପଡ଼ା କେନାଲର ବିଭିନ୍ନ ଲକ ନିକଟରେ ମାଛ ଧରିବା ପାଇଁ ଲକରେ ଥିବା ସଟର ବନ୍ଦ ରହିଛି, ଫଳରେ ଚାଷ ଜମିକୁ ପାଣି ନଆସିବାରୁ କେନ୍ଦ୍ରାପଡ଼ା ଗଣ୍ଡାକିଆ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ । ଅଧିକ ପଢନ୍ତୁ

ମାଛ ମାରିବା ପାଇଁ ବନ୍ଦ ରହିଛି କେନାଲ ସଟର
ମାଛ ମାରିବା ପାଇଁ ବନ୍ଦ ରହିଛି କେନାଲ ସଟର

କେନ୍ଦ୍ରାପଡା: ଚାଷ ଜମିକୁ ଆସିଲା ନାହିଁ ପାଣି, ବାରମ୍ବାର ଆପତ୍ତି ଅଭିଯୋଗ ପରେ କେହି ନଶୁଣିବାରୁ ଶେଷରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ରାସ୍ତାରେ ଯାନବାହନ ଅଟକି ରହିବାରୁ ଚାଲି ଚାଲି ଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଗଣ୍ଡାକିଆ ରାସ୍ତାରେ । ଜମିକୁ ପାଣି ନଆସିବାରୁ ସ୍ଥାନୀୟ ଆୟବା ଓ ପୁରୁଷୋତ୍ତମପୁରର ଶତାଧିକ ଚାଷୀ ଆଜି ରାସ୍ତା ଅବରୋଧ କରିଥିଲେ ।

ମାଛ ମାରିବା ପାଇଁ ବନ୍ଦ ରହିଛି କେନାଲ ସଟର

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା କେନାଲର ବିଭିନ୍ନ ଲକ ନିକଟରେ ମାଛ ଧରିବା ପାଇଁ ଲକରେ ଥିବା ସଟର ବନ୍ଦ କରିଥିବାରୁ ପାଣି ନଆସି ଚାଷ ଜମି ଫାଟି ଆଁ କରିଛି । ଏହି ଲକ ଗୁଡିକର ସଟର ଖୋଲିବା ପାଇଁ ଚାଷୀ ଚେଷ୍ଟା କରିଥିଲେ ମଧ୍ୟ ମାଛ ମାରିବାକୁ ସଟର ପକାଇଥିବା ଦୁର୍ବୃତ୍ତ ସେମାନଙ୍କୁ ନାଲି ଆଖି ଦେଖାଉଥିଲେ । ଏନେଇଜଳସେଚନ ବିଭାଗକୁ ଆପତ୍ତି ଅଭିଯୋଗ କରୁିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପ୍ରଥମେ ପୋକ ଆଉ ଏବେ ପାଣି ବିନା ବୁଡିବାକୁ ବସିଛି ଧାନଚାଷ । ଶେଷରେ କୌଣସି ଉପାୟ ନପାଇ ସ୍ଥାନୀୟ ଆୟବା ଓ ପୁରୁଷୋତ୍ତମପୁରର ଶତାଧିକ ଚାଷୀ ଆଜି କେନ୍ଦ୍ରାପଡ଼ା ଗଣ୍ଡାକିଆ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆୟବା ଓ ପୁରୁଷୋତ୍ତମପୁର ପଞ୍ଚାୟତର ପାଖାପାଖି ୧୦ ଖଣ୍ଡ ଗାଁର ଚାଷୀ ପାଣି ବିନା ହାହାକାର ହେଉଥିବାବେଳେ ଉପର ମୁଣ୍ଡର ଚାଷୀ ପାଣିରେ ବୁଡିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଚାଷଜମିକୁ ପାଣି ନଯାଇଛି ସେପର୍ଯ୍ୟନ୍ତ ଆନ୍ଦୋଳନରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଏହି ରାସ୍ତାଦେଇ ପଟ୍ଟାମୁଣ୍ଡାଇ ଓ ଗଣ୍ଡାକିଆକୁ ପ୍ରତ୍ୟେହ ଶହଶହ ଗାଡିମଟର, ବସ୍‌ ଓ ଅଟୋରିକ୍ସା ଚଳାଚଳ କରୁଥିବାବେଳେ ଆନ୍ଦୋଳନ ଯୋଗୁ ଏହି ଯାନ ଗୁଡିକ ଘଣ୍ଟାଘଣ୍ଟା ଧରି ଆଜି ରାସ୍ତା ଉପରେ ଅଟକି ରହିଥିଲା । ଏନେଇ ଖବର ପାଇ ସଦର ଥାନା ପୋଲିସ ଓ ଜଳସମ୍ପଦ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିବାବେଳେ ଏପର୍ଯ୍ୟନ୍ତ ଆନ୍ଦୋଳନ ଥମିନଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.