ETV Bharat / state

‘କାଳିଆ’ ହିତାଧିକାରୀ ଚୟନକୁ ବିରୋଧ, ଚାଷୀଙ୍କ ଆମରଣ ଅନଶନ

କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତରେ କାଳିଆ ଯୋଜନାରେ ସଠିକ ହିତାଧିକାରୀ ଚୟନକୁ ନେଇ ଆମରଣ ଅନଶନରେ ଚାଷୀ ।

author img

By

Published : Dec 7, 2019, 8:55 PM IST

#kalia yojana
କାଳିଆ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ଆମରଣ ଅନଶନରେ ଚାଷୀ

କେନ୍ଦ୍ରାପଡା: ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତରେ କାଳିଆ ଯୋଜନାରେ ସଠିକ ହିତାଧିକାରୀ ଚୟନକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଭେଟେନାରୀ ଏଲଆଇଙ୍କ ବହିଷ୍କାର ଦାବିରେ ୫ ଦିନ ଧରି ପଞ୍ଚାୟତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଆମରଣ ଅନଶନରେ ବସିଛନ୍ତି 20ରୁ ଅଧିକ ଚାଷୀ ।

କାଳିଆ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ଆମରଣ ଅନଶନରେ ଚାଷୀ

ଅଭିଯୋଗ ଅନୁଯାୟୀ, ଭେଟେନାରୀ ଏଲଆଇ ସଠିକ ହିତାଧିକାରୀ ଚୟନ ନକରି ପଇସା ନେଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାସହ ସଠିକ ଚାଷୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଚାଷୀ କାଳିଆ ଯୋଜନାରେ କୌଣସି ସୁବିଧା ପାଇପାରିନାହାନ୍ତି । ଏନେଇ ପ୍ରକୃତ ଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଚାଷୀମାନଙ୍କର ଦାବି ରହିଛି ଯେ କାଳିଆ ଯୋଜନାର ପ୍ରକୃତ ହିତାଧିକାରୀ ଚୟନ କରାଯାଉ । ଭେଟେନାରୀ ଏଲଆଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବା ଦରକାର ପଡିଲେ ତାଙ୍କୁ ବହିଷ୍କାର କରାଯାଉ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:07.12.2019
Radhakanta Mohanty, Kendrapada
Slug-od_kpr_kalia strike_script_7204459
Anchor - କାଳିଆ ଯୋଜନାରେ ପ୍ରିୟାପ୍ରିତିକୁ ନେଇ ଜନ ଅସନ୍ତୋଷ।କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତରେ କାଳିଆ ଯୋଜନାରେ ସଠିକ ହିତାଧିକାରୀ ଚୟନକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।ସୂଚନାନୁଯାୟୀ ଭେଟେନାରୀ LI ସଠିକ ହିତାଧିକାରୀ ଚୟନ ନକରି ପଇସା ନେଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରିଥିବାର ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟି ସଠିକ ଚାଷୀ ମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଚାଷୀ କାଳିଆ ଯୋଜନାରେ କୌଣସି ସୁବିଧା ପାଇପାରିନାହାନ୍ତି।ଏ ନେଇ ପ୍ରକ୍ରୁତ ଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ତଦନ୍ତ କରାଯାଇନଥିଲା କିମ୍ବା ସୁଫଳ ମିଳି ପାରିନଥିଲା। ଏହି ଅଭିଯୋଗରେ ପଞ୍ଚାୟତର ୨୦ ରୁ ଅଧିକ ଚାଷୀ ୫ ଦିନ ଧରି ପଂଚାୟତ ପ୍ରାଣୀଧନ ଚିକିସ୍ଛା କେନ୍ଦ୍ର ନିକଟରେ ଆମରଣ ଅନଶନରେ ବସିଛନ୍ତି ଏବଂ ଭେଟେନାରୀ LIଙ୍କର ବହିଷ୍କାର ଦାବି ସହ କାଳିଆ ଯୋଜନା ର ସଠିକ ଚୟନ କରିବା ପାଇଁ ଦାବି କରିଛନ୍ତି।
Byt-କ୍ଷେତ୍ରବାସୀ ନାୟକ(ସମିତିସଭ୍ୟ,ନହଙ୍ଗ ଗ୍ରାମପଞ୍ଚାୟତ)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.