ETV Bharat / state

ଭେଟ ହେଲେ ହରିହର, ଓଳକଣା ମେଳଣ ଉତ୍ସବମୁଖର - ଉତ୍ସବମୁଖର

କଥାରେ ଅଛି ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଭକ୍ତ ବିଦୂରକୁ ଦର୍ଶନ ଦେବା ପାଇଁ ସ୍ବୟଂ ଭଗବାନ ହରି ଓ ଦେବାଧିଦେବ ମହାଦେବ ହର ଏକାଠି ହୋଇଥିଲେ । ଯାହାକୁ ହରି-ହର ଭେଟ ବା ହରିହର ମେଳଣ ବୋଲି କୁହାଯାଇ ଆସୁଛି । ସେପଟେ ମଧୁର ପ୍ରେମରେ ବିଭୋର ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ଉତ୍ସବ ମୁଖ୍ୟ ଆଧାର । ଅଧିକ ପଢନ୍ତୁ...

famous-festival-olakana-harihara-melana-at-kendrapada

author img

By

Published : Mar 9, 2020, 8:13 PM IST

କେନ୍ଦ୍ରାପଡା: କଟକ ଓ କେନ୍ଦ୍ରାପଡା ଜିଲ୍ଲାର ମଧ୍ୟଭାଗ ଡେରାବିଶ ଓ ମାହାଙ୍ଗାର ଓଳକଣା ମେଳଣ ଏକ ଅନନ୍ୟ ଦୋଳମିଳନ ଭାବରେ ସର୍ବଜନବିଦିତ। ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ ଓଳକଣା ମେଳଣ କେତୋଟି ଦୃଷ୍ଟିକୋଣରୁ ବି ବେଶ ନିଆରା। ସ୍ୱାଭାବିକ ଭାବରେ ମେଳଣ ଯାତ୍ରାକୁ ଆସୁଥିବା ଠାକୁରବାଡ଼ିଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାକି ସମ୍ମାନ ଦେବାର ପରମ୍ପରା ପ୍ରଚଳିତ ଥିବା ବେଳେ ଓଳକଣା ମେଳଣ ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦୁଇଶହରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନଥାଏ କିମ୍ବା ବିଦାକି ମଧ୍ୟ ପ୍ରଦାନ କରାଯାଇନଥାଏ। ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି।

ଭେଟ ହେଲେ ହରିହର, ଓଳକଣା ମେଳଣ ଉତ୍ସବମୁଖର

ଥାଟବାଟ,ରଙ୍ଗରୋଷଣୀର ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ। ଏଠାରେ ଅନୁଷ୍ଠିତ ହେଉଥିବା ମେଳଣକୁ ଦେବସଭା ଭାବରେ ଅଭିହିତ କରାଯାଇଥାଏ। ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ଯାଇଥାଏ ନବବସ୍ତ୍ର ବିପୁଳ ନୈବେଦ୍ୟର ସମ୍ଭାର। ଓଳକଣା ମେଳଣର ଉତ୍ପତ୍ତି "ହରି-ହର"ଦର୍ଶନ ମୂଳଭିତ୍ତି ଉପରେ ହିଁ ପ୍ରତିଷ୍ଠିତ।

ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ମାହାଙ୍ଗାରୁ ଆସୁଥିବା ଏକମାତ୍ର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ଓଳକଣା ମେଳଣର ଅନ୍ୟତମ ଆକର୍ଷଣ । କାରଣ ସେ ହେଉଛନ୍ତି ମେଳଣପଡ଼ିଆର ଅଧିପତି। ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ। ମେଳଣକୁ ଆସିବା ଦିନ ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି। ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ଗ୍ରାମରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ।

ମହାଭାରତ କିମ୍ବଦନ୍ତୀ ଅନୁସାରେ ଯେତେବେଳେ ଅଜ୍ଞାତ ବାସ ଶେଷ କରି ପାଣ୍ଡବ ପାଞ୍ଚ ଭାଇ ଫେରିଥିଲେ ସେମାନଙ୍କୁ ପାଞ୍ଚୋଟି ପଡ଼ା ଦେବା ଅନୁରୋଧ ନେଇ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇଥିଲେ। କିନ୍ତୁ କୁରୁ ସଭାରେ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଭର୍ତ୍ସନା କରିବା ସହିତ ବିନା ଯୁଦ୍ଧରେ ଛୁଞ୍ଚିମୁନରେ ଭୂମି ଦେବେ ନାହିଁ ବୋଲି କହିଥିଲେ। ଅପମାନିତ ହୋଇ କୁରୁସଭାରୁ ଫେରିବା ବାଟରେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିବାରୁ ସେ ହସ୍ତୀନାପୁରର ପ୍ରଧାନମନ୍ତ୍ରୀ ତଥା ଭକ୍ତ ବିଦୂରଙ୍କ ନିକଟରେ ପହଞ୍ଚିଥିଲେ। ବିଦୂର ଶାଗଭଜା ଦେଇ ଶ୍ରୀକୃଷ୍ଣଙ୍କୁ ଆପ୍ୟାୟିତ କରିବା ପରେ ଲୀଳାମୟ ଶ୍ରୀକୃଷ୍ଣ ବିଦୁରଙ୍କୁ ବର ମାଗିବାକୁ କହିଥିଲେ । ଫଳରେ ବିଦୁର ବରଷକେ ଥରେ ହରି ଓ ହରଙ୍କର ଭେଟ ଦେଖିବା ବର ମାଗିଥିଲେ। ବିଦୂରଙ୍କର ଭକ୍ତିରେ ସେହି ଦିନଠାରୁ ଏହି ଓଳକଣା ପଡ଼ିଆରେ ହରି ଓ ହର ଙ୍କର ଭେଟ ଦେଖନ୍ତି ଶ୍ରଦ୍ଧାଳୁ। ଆହୁରିମଧ୍ୟ ଏହିଦିନ ମେଳଣ ପଡିଆ ମଧ୍ୟରେ ଥିବା ଅଣାକାରଙ୍କ ନିକଟରେ ସ୍ୱର୍ଗରୁ ତେତିଶ କୋଟି ଦେବତା ଓହ୍ଲାଇ ଆସନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଥିବା କୁହନ୍ତି ଶ୍ରଦ୍ଧାଳୁ।

ପୂର୍ବ ଦିଗରୁ ଆସୁଥିବା ଡେରାବିଶର ଲକ୍ଷ୍ମୀ ବିମାନର ବିଶେଷତ୍ୱ ଅନୁଯାୟୀ ଏହି ବିମାନ ନିକଟରେ ବସିଥିବା କଳସର ତଳେ ଥିବା ଧାନକୁ ନିଜ ପାଖରେ ରଖିଲେ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ। ତେଣୁ ବିମାନ ଉଠିବା ପରେ ଏହି ଧାନ ଗୁଡିକୁ ଭକ୍ତମାନଙ୍କୁ ଫିଙ୍ଗା ଯାଇଥାଏ। ଏହି ଧାନକୁ ନେବାପାଇଁ ଭକ୍ତଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥାଏ।ଭୂମିରେ ପଡିଥିବା ଧାନକୁ ଭକ୍ତମାନେ ଖୁଣ୍ଟିଖୁଣ୍ଟି ନେଇଥାନ୍ତି। ଚଳିତବର୍ଷ ମେଳଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ ପୋଲିସ ଓ କଟକର ମାହାଙ୍ଗା ପୋଲିସ ପକ୍ଷରୁ ପୋଲିସ ଫୋର୍ସ ସହ ୫ ଜଣ ଆଇଆଇସି ମୁତୟନ ଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.