ETV Bharat / state

ବାରୁଣୀସ୍ନାନ ବୁଡ ପକାଇଲେ ଶ୍ରଦ୍ଧାଳୁଙ୍କ - devotees

କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁରଠାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବାରୁଣୀ ଯାତ୍ରାର । ଏଭଳି କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।  ଏହାସହ ବିବାହ ସମୟରେ ନବଦମ୍ପତ୍ତିଙ୍କ ବ୍ୟବହାର କରାଯାଇଥିବା ପଉଡ଼ ମସିଣା, ବିବାହ ମୁକୁଟକୁ ମଧ୍ୟ ଏହି ବୁଡ଼ ସମୟରେ ଭସାଇ ଦିଆଯାଇଥାଏ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 6, 2019, 5:07 PM IST

କେନ୍ଦ୍ରାପଡ଼ା: ସକାଳୁ ସକାଳୁ ନଦୀପଠାରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ନଦୀରେ ବୁଡ ପକାଇ ଅର୍ଘ୍ୟ ଦେଇ ଚଣ୍ଡୀ ମା'ଙ୍କର ଦର୍ଶନରୁ ଦିନ ଆରମ୍ଭ କରିଥିଲେ ବୁଢୀ ମାଉସୀ । କେବଳ ବୁଢୀ ମାଉସୀ ନୁହନ୍ତି, ଏହିଭଳି ଶହ ଶହ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମସ୍ଥଳରେ ପକାଇଥିଲେ ବୁଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଦୃଶ୍ୟ ଥିଲା କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁରଠାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବାରୁଣୀ ଯାତ୍ରାର । ଏଭଳି କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହାସହ ବିବାହ ସମୟରେ ନବଦମ୍ପତ୍ତିଙ୍କ ବ୍ୟବହାର କରାଯାଇଥିବା ପଉଡ଼ ମସିଣା, ବିବାହ ମୁକୁଟକୁ ମଧ୍ୟ ଏହି ବୁଡ଼ ସମୟରେ ଭସାଇ ଦିଆଯାଇଥାଏ।

ପ୍ରତିବର୍ଷ ଏହିଦିନ ସ୍ନାନ ଶହ ଶହ ଶ୍ରଦ୍ଧାଳୁଙ୍କ ଗହଳି ଲାଗେ । ଏହାକୁ ନେଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସଜାଗ ରହିଥିଲେ। ଏହି ବାରୁଣୀ ମେଳା ଆସନ୍ତା ସପ୍ତାହେ ଧରି ଚାଲିବ । ଏହି ବାରୁଣୀ ସ୍ନାନରେ ବୁଡ ପକାଇଲେ ମାନସିକ ପୂରଣ ସହ ପୁତ୍ରଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.