କେନ୍ଦ୍ରାପଡ଼ା: ପାରିବାରିକ କଳହରୁ ତୁମୁଳ କାଣ୍ଡ। ଗାଁ ରାସ୍ତାରେ ଗଡାଗଡି ଓ ମାରପିଟ। ପରିସ୍ଥିତି ଅଣାୟତ ହେବା ସହ ଜଣେ ମହିଳା ହିଁ ଅନ୍ୟଜଣେ ମହିଳାଙ୍କ ଇଜ୍ଜତ ବାହାରେ ପକେଇବାକୁ ପଛାଇ ନାହାଁନ୍ତି । ସର୍ବସମ୍ମୁଖରେ ଜଣେ ଅନ୍ୟଜଣଙ୍କୁ ଉଲଗ୍ନ କରି ମାଡ ମାରିଛନ୍ତି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ କୋର ଗାଁରେ। ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣା ବର୍ତ୍ତମାନ ସାମନାକୁ ଆସିଛି l ମହିଳାଙ୍କୁ ମାଡମରା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି l
ମାଡ ଖାଇଥିବା ମହିଳାଙ୍କ ନାଁ ସୁଚିସ୍ମିତା ଭଦ୍ର ବୋଲି ଜଣାପଡିଛି l ପାରିବାରିକ ଗଣ୍ଡଗୋଳରୁ ଏହି ମହିଳାଙ୍କୁ କିଛି ଲୋକ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଛନ୍ତି l ତେବେ ଉଭୟ ପରିବାର ଭିତରେ ଏକ ଘରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା l ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା l
ଏହି ପ୍ରସଙ୍ଗରେ ଉତକ୍ଷୀପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇଥିଲେ l ଏମିତିକି ଅପର ପକ୍ଷର ମହିଳା ମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ l ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ