ETV Bharat / state

ଚିକିତ୍ସା ନାଁରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ - ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର

ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର । କେନ୍ଦ୍ରାପଡ଼ା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଘଟଣା । ଅଧିକ ପଢନ୍ତୁ...

ଚିକିତ୍ସା ନାଁରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ଯୁବକ ଗିରଫ

author img

By

Published : Jun 1, 2021, 7:45 AM IST

କେନ୍ଦ୍ରାପଡା: ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ଅଭିଯୋଗ ଅନୁଯାୟୀ, ଆଳି ଅରଗଳ ଗାଁର ଜଣେ ମହିଳା ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତି ୧୧ଟା ବେଳେ ଜଣେ ଯୁବକ ନିଜକୁ ଗୋବିନ୍ଦପୁର ମେଡିକାଲର ଡାକ୍ତର ବୋଲି ପରିଚୟ ଦେଇ ମହିଳା ଜଣଙ୍କୁ ତାଙ୍କ ରୋଗ ସମ୍ପର୍କରେ ପଚାରିଥିଲେ ।

ଚିକିତ୍ସା ନାଁରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ଯୁବକ ଗିରଫ

ଡାଇରିଆ ହୋଇଥିବା ଜାଣିବା ପରେ ତାଙ୍କ ନିକଟରେ ଥିବା ସମ୍ପର୍କୀୟକୁ ବାହାରକୁ ଯିବାକୁ କହି ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ନିକଟରେ ଥିବା ମହିଳାଙ୍କ ସ୍ୱାମୀ ଏସବୁ ଦେଖିବା ପରେ ନକଲି ଡାକ୍ତରଙ୍କୁ ବାରଣ କରିବା ପରେ ଓ ତର୍କ ହେବା ପରେ କୌଶଳକ୍ରମେ ନକଲି ଡାକ୍ତର ଜଣଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ଛାଡ଼ି ଫେରାର ହୋଇଯାଇଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଆଳି ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରର ସିସିଟିଭି ଯାଞ୍ଚ କରିବା ପରେ ବଡଆମ୍ବିଳା ଗାଁର ଦୀପକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ୱାସ୍ଥ୍ୟକେନ୍ଦ୍ରରେ ସିକ୍ୟୁରିଟି ବ୍ୟବସ୍ଥା ଥିବା ସତ୍ତ୍ୱେ କିଭଳି ନକଲି ଡାକ୍ତର ଜଣଙ୍କ ମହିଳାଙ୍କ ସହ ଏଭଳି କାଣ୍ଡ ଭିଆଇଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.