ETV Bharat / state

ମଦ ବ୍ୟବସାୟୀଙ୍କ ଉନ୍ମତ୍ତକାଣ୍ଡ, ଚଢାଉ ବେଳେ ଅବକାରୀ ବିଭାଗର ଗାଡି ପୋଡିବାକୁ ଉଦ୍ୟମ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ଥାନା ଅନ୍ତର୍ଗତ ବିଜୟନଗରରେ ମଦ ବ୍ୟବସାୟୀଙ୍କ ଉନ୍ମତ୍ତକାଣ୍ଡ । ଅବକାରୀ ବିଭାଗର ଚଢାଉ ବେଳେ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ 2 ଚୋରା ମଦ ବ୍ୟବସାୟୀ । ଅଧିକ ପଢନ୍ତୁ...

ମଦ ବ୍ୟବସାୟୀଙ୍କ ଉତ୍ପାତ, ପେଟ୍ରୋଲ ଢାଳି ଅବକାରୀ ବିଭାଗର ଗାଡି ପୋଡିବାକୁ ଉଦ୍ୟମ

author img

By

Published : Oct 8, 2020, 4:59 PM IST

କେନ୍ଦ୍ରାପଡା: ମଦ ବ୍ୟବସାୟୀଙ୍କ ଉନ୍ମତ୍ତକାଣ୍ଡ । ଅବକାରୀ ବିଭାଗର ଚଢାଉ ବେଳେ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ 2 ଚୋରା ମଦ ବ୍ୟବସାୟୀ ।

ମଦ ବ୍ୟବସାୟୀଙ୍କ ଉତ୍ପାତ, ପେଟ୍ରୋଲ ଢାଳି ଅବକାରୀ ବିଭାଗର ଗାଡି ପୋଡିବାକୁ ଉଦ୍ୟମ

କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ଥାନା ଅନ୍ତର୍ଗତ ବିଜୟନଗର ଠାରେ ଘଟିଛି ଏହି ଘଟଣା । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ବିଜୟନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଚଢାଉ କରିଥିଲେ । ଚଢାଉବେଳେ ଚୋରା ମଦ କାରବାରରେ ସମ୍ପୃକ୍ତ ଜ୍ଞାନ ରଞ୍ଜନ ଦାସ ଓ ଟିକିଲି ରାଉତ ଅବକାରୀ ସ୍କ୍ବାର୍ଡ ଗାଡି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ ।

ଘଟଣାରେ ଏହି 2 ଜଣଙ୍କ ସହ କାରବାରରେ ସମ୍ପୃକ୍ତ ମୋଟ ୬ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଚଢାଉ ସମୟରେ ପ୍ରାୟ ୧୦୦ ଲିଟର ମଦ ଜବତ ହୋଇଥିବା ଅବକାରୀ ସବ ଇନ୍ସପେକ୍ଟର ସରୋଜ କୁମାର ବାଗ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.