ETV Bharat / state

ଚାଟରାଚକଡାରୁ ହଟିଲା ଜବରଦଖଲ - ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହେଲା ସରକାରୀ ଜମି

ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହେଲା ସରକାରୀ ଜମି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅଧୀନ ଚାଟରାଚକଡା ଅଞ୍ଚଳରେ ହୋଇଛି ଜବରଦଖଲ ଉଚ୍ଛେଦ । ଅଧିକ ପଢନ୍ତୁ

ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହେଲା ସରକାରୀ ଜମି: ଚାଟରାଚକଡାରେ ଜବରଦଖଲ ଉଚ୍ଛେଦ

author img

By

Published : Apr 16, 2022, 10:29 AM IST

କେନ୍ଦ୍ରାପଡା: ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହେଲା ସରକାରୀ ଜମି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅଧୀନ ଚାଟରାଚକଡା ଅଞ୍ଚଳରେ ହୋଇଛି ଜବରଦଖଲ ଉଚ୍ଛେଦ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ସରକାରୀ ଜାଗାକୁ ବେଆଇନ ଭାବେ ଜବରଦଖଲ କରି ଦୋକାନ ଓ ଘର କରିଥିବା ଲୋକଙ୍କୁ ନୋଟିସ କରାଯାଇଥିଲା ।

ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହେଲା ସରକାରୀ ଜମି: ଚାଟରାଚକଡାରେ ଜବରଦଖଲ ଉଚ୍ଛେଦ

ଦୁଇ ଥର ନୋଟିସ ପରେ ଡେରାବିଶ ଅତିରିକ୍ତ ତହସିଲଦାର ତଥା ଏକଜେକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବରଦଖଲ ହୋଇଥିବା ଘର ଓ ଦୋକାନକୁ ଜେସିବି ଲଗାଇ ଭଙ୍ଗାଯାଇଛି l ଚାଟରାଚକଡା ଅଞ୍ଚଳର ତହସିଲ ଅଫିସ ସାମ୍ନା ଓ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଜବରଦଖଲ ହୋଇଥିବା ଜାଗାକୁ ଖାଲି କରାଯାଇଛି । ପ୍ରଥମେ ଜବରଦଖଲକାରୀଙ୍କୁ ତହସିଲଦାର ଉଚ୍ଛେଦ ପାଇଁ ନୋଟିସ କରିଥିଲେ l

ତେବେ ଜବରଦଖଲକାରୀମାନେ ତହସିଲଦାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ହାଇକୋର୍ଟରେ ମାମଲା ପହଞ୍ଚାଇ ଥିଲେ । ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ଉଚ୍ଛେଦ କାର୍ଯ୍ୟ କରାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିକୋଣରୁ ଡେରାବିଶ ପୋଲିସ ଓ ଏକ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ବେଳେ ଏନେଇ ଅତିରିକ୍ତ ତହସିଲଦାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.