ETV Bharat / state

'ଇଟିଭି ଭାରତ' କ୍ୟାମେରା ଲେନ୍ସରେ ଶିକ୍ଷାର ବିକଳ ଚିତ୍ର - ଶିକ୍ଷାର ବିକଳ ଚିତ୍ର

ଆଗକୁ ଆସିଲା ଗଣଶିକ୍ଷା ବିଭାଗର ଦାରୁଣ ଚିତ୍ର । ପାଠ ପଢା ନହୋଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରାୟ 80ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ତିନିଜଣ ଶିକ୍ଷକ ପାଠ ପଢାଉଥିବା ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରାରେ । ଯାହାକୁ ନେଇ କ୍ଷୁବ୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Oct 26, 2019, 8:04 PM IST

Updated : Oct 26, 2019, 9:21 PM IST

କେନ୍ଦ୍ରାପଡା: ଆଗକୁ ଆସିଲା ଗଣଶିକ୍ଷା ବିଭାଗର ଦାରୁଣ ଚିତ୍ର । ପାଠ ପଢା ନହୋଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆଗକୁ ଅର୍ଦ୍ଧବାର୍ଷିକ ପରୀକ୍ଷା ଥିବା ବେଳେ ପାଠ ପଢା ନହେବା ଅଭିଭାବକ ମାନଙ୍କୁ ଯେତିକି ଅସନ୍ତୁଷ୍ଟ କରିଛି ସେତିକି କ୍ଷୁବ୍ଧ ମଧ୍ୟ କରିଛି।

'ଇଟିଭି ଭାରତ' କ୍ୟାମେରା ଲେନ୍ସରେ ଶିକ୍ଷାର ବିକଳ ଚିତ୍ର

ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ ସ୍ଲୋଗାନ ଫେଲ ମାରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଶିକ୍ଷା କ୍ଷେତ୍ରରେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନିଯୁକ୍ତ ଅଛନ୍ତି 4ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ । କିନ୍ତୁ ବାସ୍ତବରେ କେହି ବି ଶିକ୍ଷକ ଓ ଶିକ୍ଷୟିତ୍ରୀ ଠିକ ଭାବେ ଆସୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମୁହାଁ । ଡେରାବିଶ୍ ବ୍ଲକ ହଳଦିଆ ଉର୍ଦ୍ଦୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ 80ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ତିନିଜଣ ଶିକ୍ଷକ ପାଠ ପଢାଉଥିବା ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରାରେ । 28ତାରିଖରୁ ଆରମ୍ଭ ହେଉଛି ଅର୍ଦ୍ଧବାର୍ଷିକ ପରୀକ୍ଷା । ହେଲେ ପାଠ ପଢାଯାଇନଥିବା ଅଭିଯୋଗ ହୋଇଛି ।

ସେପଟେ ଅନ୍ୟଜଣେ ଶିକ୍ଷୟିତ୍ରୀ ଲଳିତା ବେଉରା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନଜଣାଇ ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସୁନଥିବାରୁ ପାଠପଢ଼ା ବ୍ୟାହତ ହୋଇଛି । ଅପରପକ୍ଷରେ ଗତ 14 ତାରିଖରେ ଡେରାବିଶ୍ ବିଇଓ ପ୍ରଧାନଶିକ୍ଷୟତ୍ରୀଙ୍କୁ ଚିଠି ଲେଖି ଉକ୍ତ ଶିକ୍ଷୟିତ୍ରୀ ଲଳିତା ବେଉରାଙ୍କୁ ଗ୍ରାଉଣ୍ଡ ଫ୍ଲୋର ରେ କ୍ଳାସ ନେବା ପାଇଁ କହିଛନ୍ତି । ତେବେ ବିନା ଛୁଟି ଦରଖାସ୍ତରେ ଛୁଟିରେ ଥିବା ବେଳେ ଦରମା କିନ୍ତୁ ପାଇଛନ୍ତି ଶିକ୍ଷୟିତ୍ରୀ । ଶିକ୍ଷା ବିଭାଗର ଗାଇଡ଼ଲାଇନକୁ ପାଦରେ ଆଡେଇ ବିନା ଅନୁମତିରେ ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କୁ ବିଇଓ କିପରି ଦରମା ପ୍ରଦାନ କଲେ ତାହା ଆଶ୍ଚର୍ଯ୍ୟ କରିଛି । ଏନେଇ ବିଇଓଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ମନ୍ତବ୍ୟ ଦେବାକୁ ସିଧା ମନା କରି ଦେଇଛନ୍ତି ।

ଶିକ୍ଷକ, ଶିକ୍ଷୟିତ୍ରୀ ଓ ବ୍ଲକଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟ ଠିକ ଭାବେ ରହୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାର ଆଡକୁ ଚାଲିଯାଉଥିବା ବେଳେ ପ୍ରଶାସନର ଏହି ଘଟଣାରେ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ ହୋଇପଡିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:26.10.2019
Radhakanta Mohanty, Kendrapada
Slug-od_kpr_01_teacher_script_7204459
Anchor-ଆଗକୁ ଆସିଲା ଗଣଶିକ୍ଷା ବିଭାଗର ଦାରୁଣ ଚିତ୍ର।ପାଠ ପଢା ନହୋଇ ପରୀକ୍ଷା ଦେବେ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀ।ଆଗକୁ ଅର୍ଦ୍ଧବାର୍ଷିକ ପରୀକ୍ଷା ଥିବା ବେଳେ ପାଠ ପଢା ନହେବା ଅଭିଭାବକ ମାନଙ୍କୁ ଯେତିକି ଅସନ୍ତୁଷ୍ଟ କରିଛି ସେତିକି କ୍ଷୁବ୍ଧ ମଧ୍ୟ କରିଛି।
Body:VO-"ସଭିଏଁ ପଢନ୍ତୁ,ସଭିଏଁ ବଢ଼ନ୍ତୁ"ସ୍ଲୋଗାନ ଫେଲ ମାରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ଶିକ୍ଷା ବିଭାଗରେ।ପ୍ରଥମରୁ ଅଷ୍ଟମ ଆଠଟି ଶ୍ରେଣୀରେ ନିଯୁକ୍ତ ଅଛନ୍ତି ଚାରିଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ କିନ୍ତୁ ବାସ୍ତବରେ ଚାରିଜଣ ଶିକ୍ଷକ ଶିକ୍ଷୟତ୍ରୀ ଆସୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଏବେ ଅନ୍ଧକାର ମୁହାଁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡେରାବିଶ୍ ବ୍ଲକ ହଳଦିଆ ଉର୍ଦ୍ଦୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଓ 80ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ତିନିଜଣ ଶିକ୍ଷକ ମଣ୍ଡଳ କରି ଏମାନଙ୍କୁ ପାଠ ପଢ଼ାଉଥିବା ଦୃଶ୍ୟ କଏଦ ହୋଇଛି ETV BHARAT କ୍ୟାମେରାରେ।ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏପର୍ଯ୍ୟନ୍ତ ଇତିହାସ ଓ ଭୂଗୋଳ ପାଠ ପଢ଼ାଯାଇନଥିବା ବେଳେ ଆସନ୍ତା 28ତାରିଖରୁ ଆରମ୍ଭ ହେଉଛି ଅର୍ଦ୍ଧବାର୍ଷିକ ପରୀକ୍ଷା।ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ କଣ ପାଠ ଲେଖିବେ ସେନେଇ ଚିନ୍ତାରେ ଅଛନ୍ତି।ସରକାରୀ ଅନୁପାତ ଅନୁସାରେ ଗୋଟିଏ ଶ୍ରେଣୀକୁ ଗୋଟିଏ ଶିକ୍ଷକ ହୋଇଥିବା ବେଳେ ଏହି ବିଦ୍ୟାଳୟ କ୍ଷେତ୍ରରେ ଦେଖାଦେଇଛି ବ୍ୟତିକ୍ରମ।
Byt1-ସେକ ଅରମାନ(ଛାତ୍ର)
Byt2-ଫରହାଦ ପରମିନ(ଛାତ୍ରୀ)
VO2-ଦୁଇଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକଙ୍କ ଦ୍ୱାରା ଚଳାଯାଉଥିବା ଏହି ବିଦ୍ୟାଳୟରେ ନିଯୁକ୍ତ ଅନ୍ୟଜଣେ ଶିକ୍ଷୟତ୍ରୀ ଲଳିତା ବେଉରା ପ୍ରଧାନଶିକ୍ଷୟତ୍ରୀଙ୍କୁ ନଜଣାଇ ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସୁନଥିବା ବେଳେ ପାଠପଢ଼ା ବ୍ୟାହତ ହୋଇପଡିଛି।ଅପରପକ୍ଷରେ ଗତ 14 ତାରିଖରେ ଡେରାବିଶ୍ ବିଇଓ ପ୍ରଧାନଶିକ୍ଷୟତ୍ରୀ ଊର୍ମିଳା ମହାରଣାଙ୍କୁ ଚିଠି ଲେଖି ଶିକ୍ଷୟତ୍ରୀ ଲଳିତା ବେଉରାଙ୍କୁ ଗ୍ରାଉଣ୍ଡ ଫ୍ଲୋର ରେ କ୍ଳାସ ଦେବା ପାଇଁ କହିଛନ୍ତି।ତେବେ ବିନା ଛୁଟି ଦରଖାସ୍ତରେ ମାସେରୁ ଉର୍ଦ୍ଧ୍ଵ ସମୟ ଛୁଟିରେ ଥାଇ ଓ ହଳଦିଆ ଉର୍ଦ୍ଦୁ ବିଦ୍ୟାଳୟର ଉପସ୍ଥାନ ଖାତାରେ ଅନଅଥରାଇଜ ଛୁଟି ଲେଖାଯାଇ ଆବସେଣ୍ଟ ଷ୍ଟେଟମେଣ୍ଟ ଦିଆଯାଇଥିଲେ ମଧ୍ୟ ଲଳିତା ବେଉରାଙ୍କୁ ସେପ୍ଟେମ୍ବର ମାସର ଦରମା ଦିଆଯିବା ଡେରାବିଶ୍ ବ୍ଲକ ଶିକ୍ଷା ବିଭାଗରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣକୁ ପଦାରେ ପକାଇଛି।ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗାଇଡ଼ଲାଇନ ଅନୁଯାୟୀ ବିଦ୍ୟାଳୟର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଧାନଶିକ୍ଷୟତ୍ରୀଙ୍କ ହୋଇଥିବା ବେଳେ ତାଙ୍କ ବିନା ଅନୁମତିରେ ଛୁଟିରେ ଶିକ୍ଷୟତ୍ରୀଙ୍କୁ ବିଇଓ କିପରି ଦରମା ପ୍ରଦାନ କଲେ ତାହା ଆଶ୍ଚର୍ଯ୍ୟଚକିତ କରୁଛି।ଏନେଇ ବିଇଓଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରକାର ମନ୍ତବ୍ୟ ଦେବାକୁ ସିଧା ମନା କରିଦେଇଛନ୍ତି।
Byt-ଊର୍ମିଳା ମହାରଣା(ପ୍ରଧାନଶିକ୍ଷୟତ୍ରୀ, ହଳଦିଆ ଉର୍ଦ୍ଦୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)
Conclusion:FVO-ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଲକଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ଠିକ ଭାବେ ରହୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାର ଆଡକୁ ଚାଲିଯାଉଥିବା ବେଳେ ପ୍ରଶାସନର ଏହି ଘଟଣାରେ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ ହୋଇପଡିଛି।
Last Updated : Oct 26, 2019, 9:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.