ETV Bharat / state

17 ଦିନରେ ଶ୍ରୀକାନ୍ତଙ୍କ ଅନଶନ; ପ୍ରଥମେ ପୋଲିସର ଅବହେଳା, ଏବେ ICU - environmentalist srikant hunger strike is in 17 days

ଉନ୍ନତ ଚିକିତ୍ସା ପାଇଁ ପୋଲିସ ଲଗାଇ କଟକ ନେଲେ ହେଲେ, ଚିକିତ୍ସା ବ୍ୟବସ୍ଥା ନକରାଇ ଏସସିବି କାଜୁଆଲିଟି ଆଗରେ ଛାଡି ଦେଇ ଚାଲିଗଲେ । ଆଉ ଏବେ ୧୭ ଦିନର ଅନଶନକାରୀ ସ୍ପାଇନାଲ ଇଞ୍ଜୁରୀ ବିଭାଗ ପାଖରେ ଥିବା ଗଛମୂଳେ ଆଶ୍ରୟ ନେଇଛନ୍ତି ଭିତରକନିକା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ । ହେଲେ ଏବେ ଖବର ପ୍ରସାରଣ ପରେ ଶ୍ରୀକାନ୍ତଙ୍କୁ ଗଛମୂଳରୁ ନିଆଯାଇଛି ICU । ଅଧିକ ପଢନ୍ତୁ...

ଗଛମୂଳେ ଅନଶନକାରୀ ଶ୍ରୀକାନ୍ତ, ଡାକ୍ତରଖାନାରୁ ନେଇଗଲା ପୋଲିସ

author img

By

Published : Aug 26, 2021, 1:27 PM IST

କେନ୍ଦ୍ରାପଡ଼ା/କଟକ: ଉନ୍ନତ ଚିକିତ୍ସା ପାଇଁ ପୋଲିସ ଲଗାଇ କେନ୍ଦ୍ରାପଡ଼ା ହସ୍ପିଟାଲରୁ କଟକ ନେଲେ ହେଲେ, ଚିକିତ୍ସା ବ୍ୟବସ୍ଥା ନକରାଇ SCB କାଜୁଆଲିଟି ଆଗରେ ଛାଡି ଦେଇ ଚାଲିଗଲେ । ଆଉ ଏବେ ୧୭ ଦିନର ଅନଶନକାରୀ ସ୍ପାଇନାଲ ଇଞ୍ଜୁରୀ ବିଭାଗ ପାଖରେ ଥିବା ଗଛମୂଳେ ନେଇଛନ୍ତି ଆଶ୍ରୟ। ଏଭଳି ସ୍ପର୍ଶକାତର ଓ ଦାୟିତ୍ବହୀନ କାର୍ଯ୍ୟ କେନ୍ଦ୍ରାପଡ଼ା ପ୍ରଶାସନ ପାଖରେ ଦେଖିବାକୁ ମିଳିଛି।

ଗଛମୂଳେ ଅନଶନକାରୀ ଶ୍ରୀକାନ୍ତ, ଡାକ୍ତରଖାନାରୁ ନେଇଗଲା ପୋଲିସ

ସୂଚନାମୁତାବକ, ଭିତରକନିକା ଜୈବ ବିବିଧତା ରକ୍ଷା ପାଇଁ ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ତଦନ୍ତ ଦାବି କରି ଭିତରକନିକା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଗତ ୧୦ ତାରିଖରୁ ଅନଶନରେ ବସିଥିଲେ। ଏପଟେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବସିକ କାର୍ଯ୍ୟାଳୟ ସମ୍ନାରେ ଅନଶନ ବସିଥିଲା ବେଳେ ତାଙ୍କୁ ପୋଲିସ ନେଇ ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି କରିଥିଲା । ଏହାପରେ ଗତକାଲି(ବୁଧବାର) ରାତି 11 ଟାରେ ତାଙ୍କୁ SCB ବଡ଼ ମେଡ଼ିକାଲକୁ ଅଣାଯାଇଥିଲା। କିନ୍ତୁ କଟକରେ ପହଞ୍ଚିବା ପରେ ଶ୍ରୀକାନ୍ତଙ୍କୁ କାଜୁଆଲିଟି ସମ୍ମୁଖରେ ଛାଡ଼ିଦେଇ ଆମ୍ବୁଲାନ୍ସ ଚାଲିଆସିଥିଲା। ସେଠାରେ ଦୀର୍ଘ ସମୟ ପଡି ରହିବା ପରେ ଆଜି ସକାଳୁ ଶ୍ରୀକାନ୍ତ ସ୍ପାଇନାଲ ଇଞ୍ଜୁରୀ ବିଭାଗ ସମ୍ମୁଖ ଏକ ଗଛମୂଳେ ପଡି ରହିଥିବା ଫଟୋ ଓ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଯାହା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ଅନଶନକାରୀଙ୍କ ଉପରେ ରହିଥିବା କ୍ରୋଧକୁ ସ୍ପଷ୍ଟ ପ୍ରମାଣିତ କରୁଛି।

ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ରେଫର କରାଇବା ପଛରେ ତାଙ୍କୁ ଜୀବନରୁ ମାରିଦେବା ଓ ଭିତରକନିକାକୁ ବିକ୍ରି କରିବା ପାଇଁ ପ୍ରଶାସନ ମସୁଧା କରିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ। ତେବେ ଏହି ଘଟଣା SCB କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ICU ରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି ଏବଂ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.