ETV Bharat / state

ବିଦ୍ୟୁତ୍ ସମସ୍ୟା ନେଇ ମହିଳାଙ୍କ ରାସ୍ତାରୋକ

କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧ କି.ମି ଦୂରରେ ଥିବା ନସଡିପୁର 6ନଂ ୱାର୍ଡରେ କିଛି ପରିବାରକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିଲେ ହେଁ ଆଉ କିଛି ପରିବାରକୁ ଉଦ୍ଦେଶ୍ୟମୂଳକ ଭାବରେ ବିଦ୍ୟୁତ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏନେଇ 6ନଂ ୱାର୍ଡର ମହିଳାମାନେ ରାସ୍ତାରୋକ କରିଛନ୍ତି ।

author img

By

Published : May 6, 2019, 3:22 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା : ପ୍ରଳୟଙ୍କାରୀ ବାତ୍ୟା ଫନି ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଛି । ତେବେ ବାତ୍ୟା ଫନିକୁ ଦୀର୍ଘ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଲୋକମାନଙ୍କ ମୌଳିକ ସମସ୍ୟା ଦୂର ହୋଇପାରିନାହିଁ । ରବିବାର ଜିଲ୍ଲାର କିଛି ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିଲେ ମଧ୍ୟ ଆଉ କିଛି ପରିବାର ବିଦ୍ୟୁତ ପାଇବାରୁ ବଞ୍ଚିତ ହୋଇଥିଲେ । ଯେଉଁ କାରଣରୁ ଆରମ୍ଭ ହୋଇଛି ଆନ୍ଦୋଳନ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ରବିବାର କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧ କି.ମି ଦୂରରେ ଥିବା ନସଡିପୁର 6ନଂ ୱାର୍ଡରେ କିଛି ପରିବାରକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିଲେ ହେଁ ଆଉକିଛି ପରିବାରକୁ ଉଦ୍ଦେଶ୍ୟମୂଳକ ଭାବରେ ବିଦ୍ୟୁତ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦରେ 6ନଂ ୱାର୍ଡ ବାସିନ୍ଦା ଶ୍ୟାମସୁନ୍ଦରପୁର-ସାନ୍ତସାହି ରାସ୍ତାକୁ ବାଉଁଶ ବାଡ଼ ପକାଇ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତେବେ ଏହି ଅବରୋଧ ସମୟରେ ଜଣେ ମହିଳା ଚେତାଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି ।

ସେପଟେ ସଦର ମହକୁମାଠାରୁ ଅଳ୍ପ ଦୂରତାରେ ଏହି ଅବରୋଧ ଚାଲିଥିଲେ ମଧ୍ୟ କୌଣସି ସରକାରୀ ପଦାଧିକାରୀ ଏପର୍ଯ୍ୟନ୍ତ ଉକ୍ତ ସ୍ଥାନକୁ ପହଁଞ୍ଚି ନାହାଁନ୍ତି । ତେଣୁ ଯଦି ପ୍ରଶାସନ ଲୋକଙ୍କ ଅସୁବିଧାକୁ ଶୁଣି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପରିସ୍ଥିତି ବହୁ ଭୟାବହ ହେବ ବୋଲି 6ନଂ ୱାର୍ଡର ମହିଳା ବାସିନ୍ଦା ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

dffgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.