ETV Bharat / state

Last Day of Nomination: ୮୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ - କେନ୍ଦ୍ରାପଡ଼ାରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

କେନ୍ଦ୍ରାପଡ଼ାରେ ନାମାଙ୍କନ ପତ୍ରର ଶେଷ ଦିନରେ ୮୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Last Day of Nomination: କେନ୍ଦ୍ରାପଡ଼ାରେ ୮୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 21, 2022, 8:49 PM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି(ଶୁକ୍ରବାର) ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଅନ୍ତିମ ଦିନରେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀମାନଙ୍କ ଭିଡ଼ ଜମିଥିଲା । ଶେଷ ଦିନରେ ଜିଲ୍ଲାରେ ୮୯ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

ଅନ୍ତିମ ଦିନରେ ନିର୍ଭୁଲ ଭାବରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରାର୍ଥୀମାନେ ଯେତିକି ସଚେତନ ଥିଲେ ସେମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ମଧ୍ୟ ଦେଖା ଦେଇଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ଜନସମୁଦ୍ରରେ ପରିଣତ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ, ସମର୍ଥକ ଏବଂ ନେତା କୌଣସି କୋଭିଡ଼ କଟକଣାକୁ ମାନି ନଥିଲେ । ନା ସାମାଜିକ ଦୂରତା ଥିଲା ନା ମୁହଁରେ ଥିଲା ମାସ୍କ ।

Last Day of Nomination: କେନ୍ଦ୍ରାପଡ଼ାରେ ୮୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଅନ୍ୟପକ୍ଷରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ୩ ପ୍ରମୁଖ ଦଳର ହେବିୱେଟ ନେତାମାନେ ମୈଦାନକୁ ବାହାରିଥିଲେ। କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ବିଜେପି ନେତା ବିଷ୍ଣୁ ଦାସ ଓ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରା ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଆଜି ସମସ୍ତ ୩୨ ଜିଲ୍ଲା ପରିଷଦ ଆସନରେ ୩ ଦଳର ସମସ୍ତ ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ।

ଆଜି ୮୯ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଗତ ୪ ଦିନରେ ଜିଲ୍ଲାର ବିଭିନ୍ନ ପଦବୀ ପାଇଁ ମୋଟ ୭ ହଜାର ୨୨୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୱାର୍ଡ ମେମ୍ବର ପାଇଁ ୫ ହଜାର ୭୨୫, ସରପଞ୍ଚ ପାଇଁ ୮୨୪, ସମିତି ସଭ୍ୟ ପାଇଁ ୬୨୬ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ୫୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.