କେନ୍ଦ୍ରାପଡ଼ା: ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସିଲ ହେଲା ଅଣ୍ଡା ଦୋକାନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଉଦଘାଟନ ଅପେକ୍ଷାରେ ଥିବା ୩୦ଟି 5T ଫୋକସ ସ୍କୁଲ କାର୍ଯ୍ୟକ୍ରମରେ ଆଇନ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସଦର ଥାନା ଅନ୍ତର୍ଗତ ମାରୁତି ଛକରେ ଥିବା ଅଣ୍ଡା ଦୋକାନକୁ ସିଲ କରିଛି । ଏଥି ସହିତ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିନ୍ଦୁସାଗର ଦାସ, ଉପ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ସମେତ ୫ରୁ ଊର୍ଦ୍ଧ୍ବ ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ