ETV Bharat / state

'ବୁଲବୁଲ' ପାଇଁ 4 ଜିଲ୍ଲାର ସ୍କୁଲ, ଅଙ୍ଗନବାଡି ଛୁଟି

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ 'ବୁଲବୁଲ'କୁ ଦୃଷ୍ଟିରେ ରଖି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି କ୍ରମରେ ପ୍ରଶାସନ 4 ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଛି ।

author img

By

Published : Nov 7, 2019, 11:17 PM IST

ଫାଇଲ ଫଟୋ

ପୁରୀ/ଜଗତସିଂହପୁର/କେନ୍ଦ୍ରାପଡା/କଟକ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ 'ବୁଲବୁଲ' ବାତ୍ୟାରେ ପରିଣତ ହୋଇଛି । ଓଡିଶାର ଏହାର ପ୍ରଭାବ ନପଡିଲେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହ ଆସନ୍ତା 9 ତାରିଖରେ ଘଣ୍ଟାପ୍ରତି 70ରୁ 80 କିମି ବେଗରେ ପବନ ବହିବ । ତେଣୁ ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'କୁ ଦୃଷ୍ଟିରେ ରଖି ଆସନ୍ତା 8 ଓ 9 ତାରିଖରେ 4ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି ।

cyclone bulbul
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି କ୍ରମରେ ପୁରୀ ଜିଲ୍ଲାରେ ବୁଲବୁଲର ପ୍ରଭାବ ବଳବତ୍ତର ରହିବ ନାହିଁ । ହେଲେ ଏହାର ପ୍ରଭାବରେ ଜିଲ୍ଲାରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଜିଲ୍ଲାରେ ଯେଭଳି ଜଳବନ୍ଦୀ ପରିସ୍ଥିତି ନଉପୁଜେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ବିଦ୍ୟୁତ୍ ସେବା ଉପରେ ଯେମିତି ପ୍ରଭାବ ନପଡେ ସେ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି ।

ଜିଲ୍ଲାରେ ଏନଡିଆରଏଫ୍ ଟିମ ରହିବା ସହ ଫସଲ ନଷ୍ଟର ସମ୍ଭାବନା ଥିବାରୁ ପଞ୍ଚାୟତ ସ୍ତରରେ ଡାକବାଜୀ ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ଶୀଘ୍ର ଜମିରୁ ଫସଲ କାଟି ଆଣିବାକୁ ସଚେତନ କରାଯାଇଛି । ଗତ 8 ଓ 9 ତାରିଖରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ଏଥିସହିତ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ବାତ୍ୟା ବୁଲବୁଲର ପ୍ରଭାବ ପୁରୀ ଜିଲ୍ଲାରେ ପଡିବ ନାହିଁ । ତେଣୁ ଏଥିପାଇଁ ଲୋକଙ୍କୁ ଭୟଭୀତ ନହେବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା/ଜଗତସିଂହପୁର/ପୁରୀ

ସେହିପରି କେନ୍ଦ୍ରପଡାରେ ମଧ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅଙ୍ଗନବାଡି ଓ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବ୍ଲକ ଯଥା ମହାକାଳପଡ଼ା, ରାଜନଗର ଓ ରାଜକନିକାର ତଳି ଅଞ୍ଚଳରେ ଥିବା କଚ୍ଚାଘରୁ ଲୋକଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ନେବା ପାଇଁ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅମଳକ୍ଷେମ ଧାନକୁ ଲଗାଣ ବର୍ଷା ପୂର୍ବରୁ କାଟି ଆଣିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ପରେ ଫସଲରେ ପୋକ ଲାଗିବା ଆଶଙ୍କା ଥିବାରୁ ପର୍ଯ୍ୟାପ୍ତ ପରିମାଣରେ କୀଟନାଶକ ଔଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବୁଲବୁଲର ଆଂଶିକ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରି ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:07.11.2019
Radhakanta Mohanty, Kendrapara
Slug-od_kpr_03_school closed_script_7204459
Anchor-ସମ୍ଭାବ୍ୟ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଅଙ୍ଗନବାଡି ଓ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।IMD ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ ଆସନ୍ତାକାଲି ଓ ଶନିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ଓ ପବନର ବେଗ ଘଣ୍ଟାପ୍ରତି 60-70କିମି ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।ତେଣୁ ସତର୍କତା ଅବଲମ୍ବନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବ୍ଲକ ଯଥା ମହାକାଳପଡ଼ା,ରାଜନଗର ଓ ରାଜକନିକାର ତଳି ଅଞ୍ଚଳରେ ଥିବା ସ୍ଥାନମାନଙ୍କରେ କଚ୍ଚାଘରେ ଥିବା ଲୋକମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ନେବାପାଇଁ ବିଡ଼ିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ଲଗାଣ ବର୍ଷା ପୁର୍ବରୁ ପାଚିଥିବା ଧାନକୁ କାଟିଆଣିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି ଓ ବର୍ଷା ପରେ ଫସଲରେ ପୋକ ଲାଗିବା ଆଶଙ୍କା କରାଯାଉଥିବାରୁ ପର୍ଯ୍ୟାପ୍ତ ପରିମାଣରେ କୀଟନାଶକ ଔଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।
Byt-ସମର୍ଥ ବର୍ମା(ଜିଲ୍ଲାପାଳ,କେନ୍ଦ୍ରାପଡ଼ା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.