ETV Bharat / state

ବୁଡି ଯାଉଥିବା ହରିଣକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ - ହରିଣକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଟିକରପଙ୍ଗା ନିକଟରୁ ହରିଣ ଉଦ୍ଧାର । ମହାନଦୀରେ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

drawing deer rescued
ବୁଡି ଯାଉଥିବା ହରିଣକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
author img

By

Published : Mar 15, 2020, 7:43 AM IST

କେନ୍ଦ୍ରାପଡା: ମାର୍ଶାଘାଇ ଥାନା ଟିକରପଙ୍ଗା ନିକଟରୁ ହରିଣ ଉଦ୍ଧାର । ବୁଡି ଯାଉଥିବା ହରିଣକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏହାପରେ ହରିଣଟିକୁ ସ୍ଥାନୀୟ ଅଞ୍ଚଳର କଟକ ବନ ବିଭାଗ ଅଧିନରେ ଥିବାରୁ କଟକ ବନ ବିଭାଗକୁ ଖବର ଦେଇଥିଲେ।

କଟକ ବନ ବିଭାଗର ସୂଚନା ଦେବାର ଦୀର୍ଘ 3 ଘଣ୍ଟାରେ ମଧ୍ୟ କୌଣସି ଅଧିକାରୀ ପହଞ୍ଚିନଥିଲେ । ହେଲେ ଦୁର୍ଘଟଣାର ଆଶଙ୍କା କରି ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିଛନ୍ତି । ଏହାପରେ ମାର୍ଶାଘାଇ ପଶୁ ଚିକିତ୍ସାଳୟରେ ହରିଣଟିକୁ ଚିକିତ୍ସା କରି କେନ୍ଦ୍ରାପଡା ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ବୁଡି ଯାଉଥିବା ହରିଣକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଟିକରପଙ୍ଗା ନିକଟ ମହାନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଗୋଟିଏ ହରିଣକୁ ପହଁରୁଥିବାର ଦେଖିବାକୁ ପାଇଥିଲେ । ସେଠାରୁ ସେମାନେ ଖବର ଦେବା ପରେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ଅଞ୍ଚଳବାସୀ ନଦୀ କୂଳରେ ପହଞ୍ଚି ହରିଣକୁ ଉଦ୍ଧାର କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.