ETV Bharat / state

Dolphin Census: ଆଜିଠୁ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ - dolphin census begins in odisha

ଆଜିଠୁ ଜାତୀୟ ଉଦ୍ୟାନ ଭିତରକନିକା (Bhitarkanika National Park)ଅଞ୍ଚଳରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଗଣନା କରିବେ ୯ଟି ଟିମ୍ । ଅଧିକ ପଢନ୍ତୁ

ଆଜିଠୁ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
ଆଜିଠୁ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
author img

By

Published : Dec 16, 2021, 10:19 AM IST

କେନ୍ଦ୍ରାପଡ଼ା: ଆଜିଠୁ ଜାତୀୟ ଉଦ୍ୟାନ ଭିତରକନିକା (Bhitarkanika National Park)ଅଞ୍ଚଳରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଲଗାତାର ୩ଦିନ ଧରି ଶନିବାର ପର୍ଯ୍ୟନ୍ତ ଏହି ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଡଲଫିନ ଗଣନା କରାଯିବ । ଏଥି ପାଇଁ ୯ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହୋଇଥିବା ବେଳେ ସମୁଦ୍ର ମଧ୍ୟରେ ୫ଟି ଟିମ , ନଦୀ ଓ କ୍ରିକରେ ୪ଟି ଟିମ ଡଲଫିନ ଗଣନା କରିବେ ।

ଆଜିଠୁ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା,ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯିବ । ଭିତରକନିକା ସଲଗ୍ନ ନଦୀ,କ୍ରୀକ ଓ ସମୁଦ୍ରରେ ୫ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି ।

ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ବନବିଭାଗ ତଥ୍ୟ ଅନୁଯାଇ ୨୦୧୯ ମସିହାରେ ମୋଟ ୧୧୨ଟି,୨୦୨୦ ମସିହାରେ ମୋଟ ୬୨ଟି ଏବଂ ୨୦୨୧ ମସିହାରେ ମୋଟ ୩୪୨ଟି ଡଲଫିନ ଗଣନା କରାଯାଇଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.