ETV Bharat / state

୧୪୪ ଧାରା ମଧ୍ୟରେ ଶେଷ ହେଲା ପ୍ରସିଦ୍ଧ ଓଳକଣା ମେଳଣ - olakana melana

ଭଗବାନ ଶ୍ରୀକୃଷ୍ଣ ତଥା "ହରି" ଏବଂ ମହାଦେବ "ହର"ଙ୍କର ଭେଟକୁ ଭକ୍ତ ବିଦୁର ଦେଖିବା ପରେ ଏହାକୁ "ହରିହର" ମେଳଣ ମଧ୍ୟ କୁହାଯାଇଥାଏ। କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଛି ଓଡିଶା ପ୍ରସିଦ୍ଧ କେନ୍ଦ୍ରାପଡାର ଓଳକଣା ମେଳଣ। ଅଧିକ ପଢନ୍ତୁ...

ଶେଷ ହେଲା ପ୍ରସିଦ୍ଧ ଓଳକଣା ମେଳଣ
ଶେଷ ହେଲା ପ୍ରସିଦ୍ଧ ଓଳକଣା ମେଳଣ
author img

By

Published : Mar 28, 2021, 1:15 PM IST

Updated : Mar 28, 2021, 11:00 PM IST

କେନ୍ଦ୍ରାପଡା: ପବିତ୍ର ଦୋଳ ପୂର୍ଣ୍ଣିମାରେ ଉତ୍ସବମୁଖର ପୁରପଲ୍ଲୀ । ପରମ୍ପରା ଓ ସଂସ୍କୃତିର ଏହି ଅନନ୍ୟ ଦୋଳୋତ୍ସବରେ ପ୍ରତିବର୍ଷ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୁଏ। ଅନ୍ୟପଟେ ଭଗବାନ ଶ୍ରୀକୃଷ୍ଣ ତଥା "ହରି" ଏବଂ ମହାଦେବ "ହର"ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ "ହରିହର" ମେଳଣ ମଧ୍ୟ କୁହାଯାଇଥାଏ। କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଛି ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ। ଆଜି ୧୪୪ ଧାରା ଭିତରେ ଅନୁଷ୍ଠିତ ହୋଇଛି ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ।

୧୪୪ ଧାରା ମଧ୍ୟରେ ଶେଷ ହେଲା ପ୍ରସିଦ୍ଧ ଓଳକଣା ମେଳଣ

କଟକ ଓ କେନ୍ଦ୍ରାପଡା ଜିଲ୍ଲାର ମଧ୍ୟଭାଗ ଡେରାବିଶ ଓ ମାହାଙ୍ଗାର ଓଳକଣା ମେଳଣ ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବାଦୋଳ ମେଳଣ ଯାତ୍ରାଠାରୁ କେତକ ଦୃଷ୍ଟିକୋଣରେ ବେଶ ନିଆରା। ସ୍ବଭାବିକ ଭାବରେ ମେଳଣ ଯାତ୍ରାକୁ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାଖି ସମ୍ମାନ ଦେବାର ପରମ୍ପରା ପ୍ରଚଳିତ ରହିଛି । ମାତ୍ର ଓଳକଣା ମେଳଣ ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ 2ଶହରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନଥାଏ କିମ୍ବା ବିଦାକି ମଧ୍ୟ ଦିଆଯାଏ ନାହିଁ ।

ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ମାହାଙ୍ଗାରୁ ଆସୁଥିବା ଏକମାତ୍ର ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀଶ୍ରୀ ବୀରଭଦ୍ରେଶ୍ବରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ଏହାସହ ଏହି ମେଲଣକୁ ନେଇ ଅନେକ ପୁରାଣ ବର୍ଣ୍ଣିତ ମହାଭାରତ କିମ୍ବଦନ୍ତୀ ମଧ୍ୟ ରହିଛି । ସେହିପରି ଡେରାବିଶର ଲକ୍ଷ୍ମୀ ବିଭାନ କଳସ ପାଖରେ ଥିବା ଧାନକୁ ଭକ୍ତଙ୍କ ଗହଣରେ ବିଞ୍ଚାଯାଇଥାଏ । ଆଉ ଏହି ଧାନକୁ ନିଜ ପାଖରେ ରଖିଲେ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ବିଭାନ ଉଠିବା ପରେ ଫିଙ୍ଗା ଯାଇଥିବା ଧାନକୁ ନେବାପାଇଁ ଭକ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳଣ ପଡ଼ିଆର ୫୦୦ ମିଟର ପରିଧି ପର୍ଯ୍ୟନ୍ତ ଜାରି କରାଯାଇଛି ୧୪୪ ଧାରା। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ବିଧି ରକ୍ଷା କରିବା ପାଇଁ କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ମେଲଣ। ଏହି ପ୍ରସିଦ୍ଧ ମେଳଣ ଯଦି ଗୋଟିଏ ବର୍ଷ ଅନୁଷ୍ଠିତ ନହେବ, ତେବେ ବାର ବର୍ଷ ପର୍ଯ୍ୟନ୍ତ ଏହି ମେଳଣ ବନ୍ଦ ରହିବ ବୋଲି ପ୍ରଥା ରହିଥିବାବେଳେ ମେଳଣ ଅନୁଷ୍ଠିତ ନହେଲେ ସ୍ଥାନୀୟ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହେବ ବୋଲି ଲୋକଙ୍କ ବିଶ୍ବାସ ରହିଛି।

ଚଳିତବର୍ଷ ମେଳଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ ପୋଲିସ ଓ କଟକର ମାହାଙ୍ଗା ପୋଲିସ ପକ୍ଷରୁ ୫ପ୍ଲାଟୁନ ପୋଲିସ ଫୋର୍ସ ସହ ୮ଜଣ ଆଇଆଇସି ମୁତୟନ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 28, 2021, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.