ETV Bharat / state

ଦିଲ୍ଲୀପ ରାୟ ବିଜେପିର ନିଜ ଲୋକ: ଭୃଗୁ ବକ୍ସିପାତ୍ର - BJP

‘ଦିଲ୍ଲୀପ ରାୟ ବିଜେପିର ନିଜ ଲୋକ’ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 11, 2019, 10:54 PM IST

କେନ୍ଦ୍ରାପଡା: ‘ଦିଲ୍ଲୀପ ରାୟ ବିଜେପିର ନିଜ ଲୋକ’, ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । କେନ୍ଦ୍ରାପଡା ନିର୍ବାଚନ ପ୍ରଚାର ପ୍ରସଙ୍ଗରେ ସେ ଏହା କହିଛନ୍ତି ।

ବିଜୟ ମହାପାତ୍ର ବିଜେପିର ପାଟକୁରା ବିଧାୟକ ପ୍ରାର୍ଥୀ ଘୋଷଣା ପରେ ଦିଲ୍ଲୀପ ବିଜୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କ ପାଇଁ ପ୍ରଚାର କରିବେ ବୋଲି କଥା ଦେଇଥିଲେ । ଆଜି ଦିଲ୍ଲୀପ ବିଜୟଙ୍କ ପାଇଁ ଆବଶ୍ୟକ ହେଲେ ପ୍ରଚାରକୁ ଆସିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ କହିବା ପରେ ଏହାର ଇଙ୍ଗିତ ଦିଲ୍ଲୀପଙ୍କ ବିଜେପି ପ୍ରତି ଆକର୍ଷଣ ବା ବିଜେପିର ଦିଲ୍ଲୀପଙ୍କ ପ୍ରତି ଥିବା ଆକର୍ଷଣକୁ ପ୍ରତିଫଳିତ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତବର୍ଷ ନଭେମ୍ବର ୩୦ ତାରିଖରେ ଉଭୟ ବିଜୟ ମହାପାତ୍ର ଓ ତତ୍କାଳୀନ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଗୋଟିଏ ଇସ୍ତଫା ପତ୍ରରେ ଦଳରୁ ଇସ୍ତଫା ଦେଇଥିଲେ । ତେବେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତୃବୃନ୍ଦ ବିଜୟ ମହାପାତ୍ରଙ୍କ ମାନଭଞ୍ଜନ କରିବାକୁ ସମର୍ଥ ହୋଇଥିଲେ ହେଁ ଦିଲ୍ଲୀପଙ୍କୁ ବୁଝାଇ ଦଳକୁ ଫେରାଇ ଆଣିବାରେ ଅସମର୍ଥ ହୋଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.