ETV Bharat / state

ଲାଞ୍ଚ ନେଇ ଧରା ପଡିଲେ ଡେରାବିଶ ABEO

author img

By

Published : Jun 10, 2022, 11:39 AM IST

Updated : Jun 10, 2022, 2:08 PM IST

ଭିଜିଲାନ୍ସ ଜାଲରେ ପୁଣି ଜଣେ ବ୍ଲକ ଶିକ୍ଷାଧିକାରୀ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏବିଇଓ ବିପିନ ବିହାରୀ ସିଂହ। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ। ଅଧିକ ପଢ଼ନ୍ତୁ

derabish block abeo under vigilance scanner
ଭିଜିଲାନ୍ସ ଜାଲରେ ଡେରାବିଶ ବ୍ଲକ ଏବିଇଓ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ପୁଣି ଜଣେ ବ୍ଲକ ଶିକ୍ଷାଧିକାରୀ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏବିଇଓ ବିପିନ ବିହାରୀ ସିଂହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ । ଏହି ଘଟଣାରେ ବିପିନ ବିହାରୀ ସିଂହଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

ଲାଞ୍ଚ ନେଇ ଧରା ପଡିଲେ ଡେରାବିଶ ABEO

ମିଳିଥିବା ସୁଚନା ଅନୁଯାୟୀ, ପଲ୍ଲୀପାଟଣା ସ୍ଥିତ ଭାଗବତ ନୋଡାଲ ୟୁପି ସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ଵାଇଁଙ୍କ ଦରମା କରେଇ ଦେବା ପାଇଁ ବିପିନ ବିହାରୀ ସିଂହ ତାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ କାବୁ କରି ନେଇଥିଲା । ଏନେଇ ବିଇଓଙ୍କୁ ପଚାରିବାରୁ ସେ କିଛି ଜାଣିନାହାନ୍ତି ବୋଲି କହି କଥାକୁ ଟାଳି ଦେଇଥିଲେ। ଭିଜିଲାନ୍ସ ବିଭାଗ ତାଙ୍କୁ କେବଳ ଏସମ୍ପର୍କରେ ଅବଗତ କରିଛି ଏବଂ ଅଭିଯୋଗ କରିଥିବା ଶିକ୍ଷକ ଅନିରୁଦ୍ଧଙ୍କ ବ୍ୟାଙ୍କ ଋଣ ଯୋଗୁଁ ମେ ମାସର ଦରମା ବନ୍ଦ ହୋଇଥିବା ସମ୍ପର୍କରେ ସେ ଅବଗତ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ବିପିନ ବିହାରୀ ସିଂହ ସଦର ଥାନା ଅନ୍ତର୍ଗତ ପାଇଲୋରେ ଥିବା ତାଙ୍କ ପୈତୃକ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jun 10, 2022, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.