ETV Bharat / state

ଗ୍ରାମବାସୀଙ୍କ ଦ୍ବାରା ହରିଣ ଉଦ୍ଧାର, ବନବିଭାଗକୁ ହସ୍ତାନ୍ତର

ଦୀର୍ଘ 10ଦିନ ଧରି ବିଭିନ୍ନ ଗାଁରେ ବୁଲୁଥିବା ହରିଣଟିକୁ ଭେଡିସାହି ଗାଁ ଲୋକେ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ସଦରଥାନା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଭେଡିସାହି ଗାଁ ଲୋକେ ଗୋବରୀ ନଦୀ କଡରୁ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

ଗ୍ରାମବାସୀଙ୍କ ଦ୍ବାରା ହରିଣ ଉଦ୍ଧାର
ଗ୍ରାମବାସୀଙ୍କ ଦ୍ବାରା ହରିଣ ଉଦ୍ଧାର
author img

By

Published : Mar 9, 2021, 10:37 PM IST

କେନ୍ଦ୍ରାପଡା: ଦୀର୍ଘ 10ଦିନ ଧରି ବିଭିନ୍ନ ଗାଁରେ ବୁଲୁଥିବା ହରିଣଟିକୁ ଭେଡିସାହି ଗାଁ ଲୋକେ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ସଦରଥାନା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଭେଡିସାହି ଗାଁ ଲୋକେ ଗୋବରୀ ନଦୀ କଡରୁ ଏକ ହରିଣକୁ ଉଦ୍ଧାର କରିଛନ୍ତି ।

ଗ୍ରାମବାସୀଙ୍କ ଦ୍ବାରା ହରିଣ ଉଦ୍ଧାର

ଲୋକେ ଏହି ହରିଣଟିକୁ ଧରିବାକୁ ଗୋଡାଉ ଥିବାବେଳେ ହରିଣଟି ପ୍ରାଣ ବିକଳରେ ଭୟଭୀତ ହୋଇ ଦଳ ଭର୍ତ୍ତି ଗୋବରି ନଦୀକୁ ଡେଇଁ ପଡିଥିଲା। ତେବେ ସଙ୍ଗେସଙ୍ଗେ ଭେଡିସାହି ଗ୍ରାମର କିଛି ଯୁବକ ଡଙ୍ଗା ସାହାଯ୍ୟରେ ଯାଇ ହରିଣଟିକୁ ଉଦ୍ଧାର କରିଛନ୍ତି।

କିଛି ସାଧାରଣ ଲୋକଙ୍କ ମତରେ ଭିତରକନିକା ଜଙ୍ଗଲରେ ଖାଇବା ପିଇବା ଓ ଜଳାଭାଵରୁ ଏବେ ଏହି ବନ୍ୟଜନ୍ତୁମାନେ ଗାଁ ମୁହାଁ ହୋଇଛନ୍ତି। ହରିଣଟିକୁ ନେଇ ପୁଣି ଜଙ୍ଗଲରେ ଛାଡି ଦେବାକୁ ଲୋକମାନେ ବନ ବିଭାଗକୁ ଖବର ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.