କେନ୍ଦ୍ରାପଡା: ବନବିଭାଗ ପକ୍ଷରୁ ଚଢାଉ । ୧୦ କେଜି ହରିଣ ମାଂସ ଜବତ ସହ ଜଣେ ଶିକାରୀ ଗିରଫ । ମହାକାଳପଡା ଜମ୍ବୁ ବନ ବିଭାଗ ରେଞ୍ଜ ଅଫିସ ବତିଘର ପଞ୍ଚାୟତର, କଶାରଡିଆ ସଂରକ୍ଷିତ ଜଙ୍ଗଲରୁ ଗିରଫ କରିଛି ବନବିଭାଗ ।
ଏହି ଜଙ୍ଗଲରେ ବେଆଇନ ଭାବେ ହରିଣ ଶିକାର କରୁଥିବା ଖବର ପାଇ ଜଙ୍ଗଲ ବିଭାଗ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରିଥିଲେ । ତେବେ ଚଢାଉ ସମୟରେ 2ଜଣ ଫେରାର ହୋଇଯାଇଥିଲେ । କେବଳ ବତିଘର ଅଞ୍ଚଳର ସୁନୀଲ ପରମାଣିକ ନାମକ ଜଣେ ଶିକାରୀକୁ ଗିରଫ କରି ତଦନ୍ତ ଜାରି ରଖିଛି ବନବିଭାଗ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ