ETV Bharat / state

ସ୍କୁଲର ଖାମଖିଆଲିରୁ ଲିଭିଯିବ କି ଦୀପକଙ୍କ ଭବିଷ୍ୟତ !

ସ୍କୁଲର ଖାମଖିଆଲି ମନୋଭାବ ଯୋଗୁଁ ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ବିନା ଏନଓସିରେ ଚାଲିଥିବା ସ୍କୁଲର ସାର୍ଟିଫିକେଟରେ ହସ୍ତାକ୍ଷର ନଥିବାରୁ ଚିନ୍ତାରେ ମେଧାବୀ ଛାତ୍ର ଦିପକ ।

author img

By

Published : Jun 18, 2019, 10:41 PM IST

Updated : Jun 18, 2019, 11:33 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାରେ ଛତୁ ଫୁଟିଲା ଭଳି ଗଢି ଉଠିଛି ବେସରକାରୀ ସ୍କୁଲ। ସମସ୍ତ ସରକାରୀ ନିୟମକୁ ଫୁ’ କରି ବେସରକାରୀ ବିଦ୍ୟାଳୟମାନ ଗଢି ଉଠିଥିଲା ବେଳେ ଏଗୁଡିକ ପ୍ରତି କୌଣସି ଅଙ୍କୁଶ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସୁନେଲି ଭବିଷ୍ୟତ ଅନ୍ଧାର ମଧ୍ୟକୁ ଟାଣି ହୋଇଯାଉଛି।

ଟିକିଏ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଏ ମେଧାବୀ ଛାତ୍ର ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଡିଆପଡା ପଞ୍ଚାୟତ ଅନ୍ତର୍ଗତ ପନ୍ତୁରୀ ଗାଁର ଦୀପକ ଦାସ । ବାପା ଦିନ ମଜୁରୀଆ ଭାବରେ କାର୍ଯ୍ୟ କରିନ୍ତି ପିଲାଙ୍କୁ ଉନ୍ନତ ଶିକ୍ଷା ଦେବା ଉଦ୍ଦେଶ୍ୟରେ । ଆଉ ବାପାଙ୍କ ସ୍ବପ୍ନ ପୁରା କରିବାକୁ ବି ଦୀପକ ଦିନରାତି ପରିଶ୍ରମ କରି ଚଳିତଥର ନବୋଦୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ହେଲେ ଆଡମିସନ ପୂର୍ବରୁ ବାଧକ ସାଜିଥିଲା ଏକମାତ୍ର ହସ୍ତାକ୍ଷର । ପୂର୍ବ ବିଦ୍ୟାଳୟ ଏନଓସି ପାଇନଥିବାରୁ ଟିସିରେ ମଣ୍ଡଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାଉଣ୍ଟର ଦସ୍ତଖତ ନାହିଁ ଯାହାକୁ ନେଇ ଦୀପକ ଓ ତାଙ୍କ ପରିବାର ଚିନ୍ତାରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଆଜକୁ ଦୀର୍ଘ ୧୫ଦିନ ହେବ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ପରିବାର । ସବୁଠାରୁ ବଡ କଥା ହେଲା ଦୀପକ ଯେଉଁ ବିଦ୍ୟାଳୟରେ ପଢୁଥିଲେ ତାହା ବିନା ଏନଓସିରେ 2012ରୁ ଚାଲୁଥିଲା । ତେବେ ଏଠାରେ ବଡ ପ୍ରଶ୍ନ ଦୀପକର ଭବିଷ୍ୟତ ସହିତ ଖେଳ ଖେଳିଥିବା ବିଦ୍ୟାଳୟକୁ କି ପ୍ରକାରର ଦଣ୍ଡ ଦିଆଯିବା ଦରକାର । ଅନ୍ୟପଟେ ପଟ୍ଟାମୁଣ୍ଡାଇ ବ୍ଲକରେ କିଛି ବିଦ୍ୟାଳୟକୁ ଏନଓସି ମିଳିନଥିବା ବେଳେ ସେମାନେ ଯଥାଶିଘ୍ର ଆବେଦନ କରିବାକୁ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ।

ଗୋଟିଏ ପଟେ ସରକାରୀ ନିୟମ ଓ ଅନ୍ୟପଟେ କ୍ୟାରିଅର ଚିନ୍ତା । ଏଭଳି ସ୍ଥିତିରେ ଦୀପକର ଭାଗ୍ୟ କଣ ଯେ ହେବ ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଜିଲ୍ଲାରେ ଛତୁ ଫୁଟିଲା ଭଳି ଗଢି ଉଠିଛି ବେସରକାରୀ ବିଦ୍ୟାଳୟ।ସମସ୍ତ ସରକାରୀ ନିୟମକୁ ଫୁ କରି ବେସରକାରୀ ବିଦ୍ୟାଳୟମାନ ଗଢି ଉଠିଥିଲା ବେଳେ ଏଗୁଡିକ ପ୍ରତି କୌଣସି ଅଙ୍କୁଶ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସୁନେଲି ଭବିଷ୍ୟତ ଅନ୍ଧାର ମଧ୍ୟକୁ ଟାଣି ହୋଇଯାଉଛି।
Body:VO1-ଆଶାଥିଲା ଭଲ ପାଠପଢି ଭଲ ମଣିଷ ହୋଇ ଲୋକମାନଙ୍କର ସେବାକରିବା।ବାପା ଜଣେ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଦିନରାତି ଏକ କରି ପାଠ ପଢି ନବୋଦୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ର ଦୀପକ ଦାସର ମନ ମଧ୍ୟରେ ଅନେକ ଅସମାହିତ ପ୍ରଶ୍ନ।ଭଲକରି ଏ ଦୃଶ୍ୟଟିକୁ ଦେଖନ୍ତୁ,ହାତରେ କଲମ ପାଖରେ ବହି ରଖି ପାଠ ପଢିବା ପାଇଁ ଅନେକ ଆଗ୍ରହ ରଖିଥିବା ଏହି ମେଧାବୀ ଛାତ୍ର ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଡିଆପଡା ପଞ୍ଚାୟତ ଅନ୍ତର୍ଗତ ପନ୍ତୁରୀ ଗାଁର ଦୀପକ ଦାସ।ବାପା ରଞ୍ଜନ ଦାସ ଜଣେ ଦିନ ମଜୁରୀଆ ଭାବରେ କାର୍ଯ୍ୟକରି ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସାନମୂଳବସନ୍ତ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ ୨୦୧୨ ମସିହାରୁ ପାଠ ପଢ଼ାଉଥିଲେ।ପଢ଼ାରେ ଆଗ୍ରହ ରଖିଥିବା ଦୀପକ ଦିନରାତି ପରିଶ୍ରମ କରି ଚଳିତଥର ନବୋଦୟ ପରୀକ୍ଷାରେ ୫୨ନଂ କ୍ରମିକ ସଂଖ୍ୟାରେ କୃତକାର୍ଯ୍ୟ ହୋଇ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।ନବୋଦୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟରେ ଆଡ୍ମିସନ ପାଇଁ ଯିବାରୁ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୀପକ ପୂର୍ବରୁ ପଢ଼ୁଥିବା ବିଦ୍ୟାଳୟ ଟିସିରେ ମଣ୍ଡଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାଉଣ୍ଟର ଦସ୍ତଖତର ଆବଶ୍ୟକତା ଥିବା ଓ ଏହି ଦସ୍ତଖତ ପରେ ନବୋଦୟରେ ଆଡ୍ମିସନ ହୋଇପାରିବ ବୋଲି କହିଥିଲେ।ଏହାପରେ ଦୀପକର ଅଭିଭାବକ ବିଦ୍ୟାଳୟ,ବିଇଓ ଅଫିସ,ଡିଇଓ ଅଫିସ ଓ ଜିଲ୍ଲାପାଳଙ୍କ ନିକଟକୁ ଯାଇ ପିଲାଟିର ପାଠ ପଢା ପାଇଁ ନେହୁରା ହେଉଥିଲେ ମଧ୍ୟ ଉକ୍ତ ଶିଶୁ ମନ୍ଦିର NOC ପାଇନଥିବାରୁ କୌଣସି ଶିକ୍ଷାଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଦୀପକର ଟିସିରେ ଦସ୍ତଖତ କରୁନାହାନ୍ତି।
Byt-ଦୀପକ ଦାସ(ଛାତ୍ର)
Byt-ପଦ୍ମାବତୀ ଦାସ(ଦୀପକର ମା)
VO2-ଆଜକୁ ଦୀର୍ଘ ୧୫ଦିନ ହେବ ଏ ଅଫିସରୁ ସେ ଅଫିସ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିବା ସାର ହୋଇଥିବା ବେଳେ ଛାତ୍ରଟିର ସୁନେଲି ଭବିଷ୍ୟତ ନେଇ ଖେଳ ଖେଳିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ମୌନ ହୋଇ ବସିଛି।ପଟ୍ଟାମୁଣ୍ଡାଇ ବ୍ଲକରେ ୩୧ଗୋଟି ବେସରକାରୀ ବିଦ୍ୟାଳୟ ଚାଲୁଥିବା ବେଳେ ଏଥିମଧ୍ୟରୁ ମାତ୍ର ୧୮ଟି ବିଦ୍ୟାଳୟକୁ NOC ମିଳିଥିବା ଓ NOC ନପାଇଥିବା ବିଦ୍ୟାଳୟ ଗୁଡିକ ଖୁବଶୀଘ୍ର NOC ପାଇଁ ଆବେଦନ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।ଅପରପକ୍ଷରେ NOC ପାଇନଥିବା ବିଦ୍ୟାଳୟ ଗୁଡିକୁ ସରକାରୀ ନିୟମାନୁସାରେ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଶିକ୍ଷାଧିକାରୀ।କିନ୍ତୁ ଦୀପକର ଭବିଷ୍ୟତ ସହିତ ଖେଳ ଖେଳିଥିବା ବିଦ୍ୟାଳୟକୁ କି ପ୍ରକାରର ଦଣ୍ଡ ଦିଆଯିବ ଏବଂ ବିନା NOC ରେ ଏହି ବିଦ୍ୟାଳୟ କିପରି ୨୦୧୨ ମସିହାରୁ ସ୍ଥାପିତ ହୋଇ ଚାଲିଥିଲା ସେନେଇ ସମସ୍ତ ଶିକ୍ଷାବିତ ଆଶଙ୍କାରେ ଅଛନ୍ତି।
Byt-ପ୍ରଶାନ୍ତ ପ୍ରଧାନ(ଦୀପକର ସମ୍ପର୍କୀୟ)
Byt-ଭ୍ରମରବର ବିଶ୍ୱାଳ(ବ୍ଲକ ଶିକ୍ଷାଧିକାରୀ,ପଟ୍ଟାମୁଣ୍ଡାଇ)
Conclusion:FVO-ଗୋଟିଏ ପଟେ ସରକାରୀ ନିୟମ ଓ ଅନ୍ୟପଟେ ଦିପକର ଭବିଷ୍ୟତ।ଏଭଳି ସ୍ଥିତିରେ ମୂଲ ମଜୁରୀ ଲାଗି ଚଳୁଥିବା ଦିପକର ପରିବାର ସେମାନଙ୍କର ଭୁଲକୁ ଖୋଜୁଥିବା ବେଳେ ଆଇନର ଫାଙ୍କରେ ବଡ଼ବଡ଼ ହସ୍ତୀ ଚାଲି ଯାଉଥିବା ବେଳେ ଦୀପକର ଭବିଷ୍ୟତ ଯେ ଅନ୍ଧାର ଏଥିରେ ସନ୍ଦେହ ନାହିଁ।
Last Updated : Jun 18, 2019, 11:33 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.