ETV Bharat / state

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

ମାଟି ତଳୁ ମହିଳାଙ୍କ ମୃତଦେହ ଜବତ। ଶାଶୁଘର ନାଁରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ସେପଟେ ମାମଲା ରୁଜୁ ହେବା ପରେ ପୋଲିସ ସ୍ବାମୀକୁ ଅଟକ ରଖିଛି ।

author img

By

Published : Jun 13, 2019, 9:18 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହିରୁ ମାଟି ତଳୁ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତ ମହିଳା ବନ୍ଧସାହି ଗ୍ରାମର ପାର୍ବତୀ ମଲିକ ବୋଲି ଜଣାପଡିଛି | ପାର୍ବତୀଙ୍କ ମୃତଦେହ ଶାଶୁଘର ଲୋକେ ବ୍ୟବଚ୍ଛେଦ ନକରି ମାଟିତଳେ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

ସୂଚନା ଅନୁସାରେ, ପାର୍ବତୀ 2009 ମସିହାରେ ବନ୍ଧସାହିର ଚିତ୍ରସେନ ମଲିକଙ୍କୁ ବିବାହ କରିଥିଲେ । ପାର୍ବତୀଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ହେଲେ ବିବାହ ବେଳଠୁ ଆଜି ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ହୋଇଥାଏ । ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ ହୋଇଥିବା ପାର୍ବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୁନ 8 ତାରିଖରେ ପାର୍ବତୀ ଅସୁସ୍ଥ ଥିବା ପରିବାରକୁ ଖବର ଆସିଥିଲା । ହେଲେ ପରିବାର ଲୋକେ ପହଞ୍ଚିବା ବେଳକୁ ପାର୍ବତୀଙ୍କର ମୃତ୍ୟୁ ଘଟି ସାରିଥିଲା ।

ଖାଲି ସେତିକି ନୁହେଁ ପାର୍ବତୀଙ୍କ ମୃତଦେହ ବ୍ୟବଚ୍ଛେଦ ନ କରି ଶାଶୁଘର ଲୋକେ ପୋତି ଦେଇଥିଲେ । ଏ ନେଇ ପାର୍ବତୀଙ୍କ ପରିବାର ଲୋକେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଗାଁ ମଶାଣିରେ ପହଞ୍ଚି ମାଟିତଳୁ ମୃତଦେହ ଜବତ କରିଥିଲା | ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଘଟଣାରେ ପୁଲିସ ମୃତ ପାର୍ବତୀଙ୍କ ସ୍ଵାମୀ ଚିତ୍ରସେନକୁ ଅଟକ ରଖିଛି |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Intro:Body:

GSG

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.