ETV Bharat / state

ସପ୍ତାହେ ପରେ ବି ଆସିଲାନି ପୁଷ୍ପାଞ୍ଜଳିଙ୍କ ମୃତଦେହ, ଅନ୍ତିମ ସଂସ୍କାର ଅପେକ୍ଷାରେ ପରିବାର - ଯାତ୍ରୀବାହୀ ବସ ଦୁର୍ଘଟଣା

ସପ୍ତାହେ ବିତିବା ପରେ ବି ଆସିଲାନି ମୃତଦେହ । ଗତ ୧୦ ତାରିଖରେ କୋଲକାତାରୁ ପାରାଦ୍ୱୀପ ଆସୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ମୃତଦେହ କୋଲକାତାରେ ରହିଛି । ଅଧିକ ପଢନ୍ତୁ

deceased family waiting for the dead body
ଅନ୍ତିମ ସଂସ୍କାର ଅପେକ୍ଷାରେ ପରିବାର
author img

By ETV Bharat Odisha Team

Published : Nov 17, 2023, 9:16 PM IST

ଅନ୍ତିମ ସଂସ୍କାର ଅପେକ୍ଷାରେ ପରିବାର

କେନ୍ଦ୍ରାପଡ଼ା: ସପ୍ତାହେ ବିତିବା ପରେ ବି ପହଞ୍ଚି ପାରିନାହିଁ ମୃତଦେହ । ଅନ୍ତିମ ସଂସ୍କାର ହୋଇପାରିନଥିବାବେଳେ ପରିବାର ଆଖିରୁ ଶୁଖୁନି ଲୁହ । ଗତ ୧୦ ତାରିଖରେ କୋଲକାତାରୁ ପାରାଦ୍ୱୀପ ଆସୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାର ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା । ପୁଷ୍ପାଞ୍ଜଳି ହେଉଛନ୍ତି ମାର୍ଶାଘାଇ ଥାନା ଅଙ୍ଗୁଳାଇ ପଞ୍ଚାୟତ ନିଳାଦ୍ରୀପୁର ଗାଁର ବାସିନ୍ଦା ରାଜେନ୍ଦ୍ର ଦାସଙ୍କ ପତ୍ନୀ । ସୂଚନା ଅନୁସାରେ, ଏହି ସ୍ଲିପର ବସଟିରୁ ଧୂଆଁ ବାହାରିବାରୁ ଅନ୍ୟମାନେ ଝରକା ଭାଙ୍ଗି ବାହାରି ଆସିଥିବାବେଳେ ରାଜେନ୍ଦ୍ର ତାଙ୍କ ୮ ବର୍ଷର ପୁଅ ଓମପ୍ରକାଶ ଗାଡିରୁ ବାହାରି ଆସିଥିଲେ । ହେଲେ ପୁଷ୍ପାଞ୍ଜଳି ବାହାରିବା ସମୟରେ ହିଁ ବସରେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ସେ ପୋଡି ଯାଇ ମୃତ୍ୟୁବରଣ କରିଥିଲେ ।

ଏଭଳି ବିସ୍ଫୋରଣ ପରେ ନିଜ ଆଖି ସାମ୍ନାରେ ସ୍ତ୍ରୀ ପୋଡି ଯାଉଥିବାବେଳେ ରାଜେନ୍ଦ୍ର କିଛି କରିପାରିନଥିଲେ । ଏହି ଓଡ଼ିଆ ଦମ୍ପତି ଓ ତାଙ୍କ ପରିବାର ବସ ଯୋଗେ ଆସୁଥିବାବେଳେ କୋଲକାତା ଖଡ଼ଗପୁର ଡେବରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ । ଦୁର୍ଘଟଣା ପରଦିନ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆହତ ଓଡ଼ିଆ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ କେନ୍ଦ୍ରାପଡା ପଠାଇଥିବାବେଳେ ପୁଷ୍ପାଞ୍ଜଳିଙ୍କ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ପଶ୍ଚିମବଙ୍ଗରେ ରହିଥିଲା । ହେଲେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ମୃତଦେହ ହସ୍ତାନ୍ତର କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...Watch: ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିଲାନି ବସ୍‌, ଅଧା ବାଟରେ ହୁତୁହୁତୁ ଜଳିଗଲା

ଏହା ବି ପଢନ୍ତୁ...Delhi: ନିୟନ୍ତ୍ରଣ ହରାଇ ଏକାଧିକ ଗାଡି ଉପରେ ମାଡିଗଲା ସରକାରୀ ବସ, ଜଣେ ମୃତ

ଶରୀରର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିବାରୁ ମୃତଦେହର DNA ଟେଷ୍ଟ କରାଯାଇ ରିପୋର୍ଟ ଆସିଲେ ହିଁ ମୃତଦେହ ହସ୍ତାନ୍ତର ହେବ ବୋଲି କୁହାଯାଉଛି । ଏଭଳି ସ୍ଥଳେ ହିନ୍ଦୁ ରୀତିନୀତି ଅନୁସାରେ ମୃତଦେହ ଦାହ ବା ସଂସ୍କାର ହୋଇ ନପାରିବାରୁ ପୁଷ୍ପାଞ୍ଜଳିଙ୍କ ପରିବାରରେ ଚୁଲି ଜଳୁନାହିଁ । ଅନ୍ୟପଟେ ମା'କୁ ଝୁରି ହୋଇ ଆଖିରୁ ନିଦ ହଜାଇଲାଣି ଏକମାତ୍ର ୮ ବର୍ଷର ଅବୋଧ ଶିଶୁ ଓମପ୍ରକାଶ । ଆଜି (ଶୁକ୍ରବାର) ରାଜେନ୍ଦ୍ର ପଶ୍ଚିମବଙ୍ଗରୁ ପୁଷ୍ପାଞ୍ଜଳିଙ୍କ ମୃତଦେହ ଆଣିବା ପାଇଁ ଯାଇଥିବା ଜଣାପଡିଛି । ରାଜେନ୍ଦ୍ରଙ୍କୁ ଯଦି ମୃତଦେହ ହସ୍ତାନ୍ତର କରାନଯାଏ, ତେବେ ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାରେ ପଶ୍ଚିମବଙ୍ଗର ଗୋଟିଏ ହେଲେ ବସକୁ ପୁରାଇ ଦିଆଯିବ ନାହିଁ ବୋଲି ପରିବାର ପକ୍ଷରୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.