ETV Bharat / state

ଛକାପଞ୍ଝା ଭିତରେ ପାଟକୁରାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ - ପାଟକୁରାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

କେନ୍ଦ୍ରାପଡ଼ାରେ ଛକାପଞ୍ଝା ଭିତରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ଅଧିକ ପଢନ୍ତୁ

ଛକାପଞ୍ଝା ଭିତରେ ପାଟକୁରାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

author img

By

Published : Apr 17, 2022, 8:48 PM IST

କେନ୍ଦ୍ରାପଡ଼ା: ପୁଣି ପାଟକୁରାରେ ବିଜେଡିର ଅନ୍ତକନ୍ଦଳ । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଉତ୍ସବ ପାଟକୁରା ପଞ୍ଚାୟତ ଅଫିସ ପରିସରରେ ମହା ସମାରୋହରେ ପାଳିତ ହୋଇଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନୁପସ୍ଥିତି ରହିବା ବିଜେଡିରେ ଫାଟକୁ ପ୍ରମାଣିତ କରିଛି ।

ଛକାପଞ୍ଝା ଭିତରେ ପାଟକୁରାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପାଟକୁରା ପଞ୍ଚାୟତ ସମିତିସଭ୍ୟ ରାକେଶ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ପାଟକୁରା ପଞ୍ଚାୟତର ସରପଞ୍ଚ ଗିତାଞ୍ଜଳୀ ମହାନ୍ତି, ଗରଦପୁର ପଞ୍ଚାୟତର ସମିତିସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପଣ୍ଡା, ବିଜେଡି କେନ୍ଦ୍ରାପଡା ଜିଲ୍ଲା କୋଷାଧ୍ୟକ୍ଷ ଶୈଳେନ୍ଦ୍ର କୁମାର ମହାନ୍ତି, ବେଡାରୀ ପଞ୍ଚାୟତ ସମିତି ସଭ୍ୟ ଦିଲ୍ଲୀପ କୁମାର ସାହୁ, କଳାବୁଦା ସମିତିସଭ୍ୟ ସତ୍ୟଜିତ ସାହୁ, ଯୁବନେତା ଆକାଶ ମହାପାତ୍ର, ଶିକ୍ଷାବିତ ରମେଶ ଚନ୍ଦ୍ର ସାମନ୍ତସିଂହାର ପ୍ରମୁଖ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ତାଙ୍କ ଜୀବନ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ ।

ବିଜୁବାବୁଙ୍କୁ 'ଭାରତ ରତ୍ନ' ଉପାଧି ଦିଆଯାଉ ବୋଲି ଅଧିକାଂଶ ବକ୍ତା ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ । ସକାଳେ ପାଟକୁରା ମେଡିକାଲରେ ରୋଗୀମାନଙ୍କୁ ରାକେଶ ମହାପାତ୍ର ଓ ଶୈଳେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଫଳ ବଣ୍ଟନ କରାଯାଇଥିଲା । ମେଡିକାଲ ଛକରେ ପାଟକୁରା ପଞ୍ଚାୟତ ପକ୍ଷରୁ ଏକ ଜଳଛତ୍ର ଖୋଲା ଯାଇଥିଲା । ଏହି ଜଳଛତ୍ରକୁ ପାଟକୁରା ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ଶିଶୁ ରୋଗ ବିଶେଷଜ୍ଞ ପିକେ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.