ETV Bharat / state

ଜମିବାଡି ବିବାଦରୁ ମରଣାନ୍ତକ ଆକ୍ରମଣ: ମହିଳା ମୃତ, 2 ଗୁରୁତର - kendrapada latest news

ପଟ୍ଟାମୁଣ୍ଡାଇ ଥାନା ଶିମିଳିଆ ଗ୍ରାମର ଦେବପ୍ରସାଦ ସ୍ବାଇଁ ଓ ସେହି ଗ୍ରାମର ପରୀକ୍ଷିତ ସ୍ବାଇଁଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ

ଜମିବାଡି ବିବାଦରୁ ମରଣାନ୍ତକ ଆକ୍ରମଣ: ମହିଳା ମୃତ ଓ 2 ଗୁରୁତର

author img

By

Published : May 29, 2020, 11:08 AM IST

Updated : May 29, 2020, 12:01 PM IST

କେନ୍ଦ୍ରାପଡା: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

ଜମିବାଡି ବିବାଦରୁ ମରଣାନ୍ତକ ଆକ୍ରମଣ: ମହିଳା ମୃତ, 2 ଗୁରୁତର

ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଶିମିଳିଆ ଗ୍ରାମର ଦେବପ୍ରସାଦ ସ୍ବାଇଁ ଓ ସେହି ଗ୍ରାମର ପରୀକ୍ଷିତ ସ୍ବାଇଁଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ପୂର୍ବରୁ ବହୁବାର ଝଗଡା ଲାଗି ଆସୁଥିଲା । ଶୁକ୍ରବାର ସକାଳେ ପରୀକ୍ଷିତ ଓ ବାହାର ରାଜ୍ୟରୁ ଫେରିଥିବା ତାଙ୍କ ପୁଅ ଶିବପ୍ରସାଦ ଧାରୁଆ ଅସ୍ତ୍ରରେ ଦେବପ୍ରସାଦ, ତାଙ୍କ ସ୍ତ୍ରୀ ମୀରା ଓ ମା କୁସୁମ ସ୍ବାଇଁକୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ଜଣଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ କୁସୁମ ସ୍ବାଇଁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 29, 2020, 12:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.