ETV Bharat / state

କେନ୍ଦ୍ରାପଡା ସଙ୍ଗରୋଧ କେନ୍ଦ୍ରର ଜଳଖିଆରେ ମଲା ଝିଟିପିଟି - କେନ୍ଦ୍ରାପଡାର ଗରଦପୁର ବ୍ଲକ

କେନ୍ଦ୍ରାପଡାର ଗରଦପୁର ବ୍ଲକ ଏକ ଶିଶୁ ମନ୍ଦିରରେ ହୋଇଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରର ସକାଳ ଜଳଖିଆରୁ ବାହାରିଛି ମଲା ଝିଟିପିଟି ବାହାରିବାରୁ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନେ ପାଟିତୁଣ୍ଡ କରିଥିଲେ । ତେବେ ଏହି ଜଳଖିଆକୁ କେହି ଖାଇନଥିବା ସୂଚନା ଦେଇଛନ୍ତି ଗରଦପୁର ବିଡିଓ ।

କେନ୍ଦ୍ରାପଡା
ସଙ୍ଗରୋଧ କେନ୍ଦ୍ରର ଜଳଖିଆରେ ମଲା ଝିଟିପିଟି
author img

By

Published : May 21, 2020, 6:09 PM IST

Updated : May 21, 2020, 8:54 PM IST

କେନ୍ଦ୍ରାପଡା: ପ୍ରବାସୀ ଓଡିଆ ରହୁଥିବା ସଙ୍ଗରୋଧ କେନ୍ଦ୍ରର ଖାଦ୍ୟରେ ମଲା ଝିଟିପିଟି । ଏଭଳି ଏକ ଦୁର୍ଭାଗ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଗରଦପୁର ବ୍ଲକ ଏକ ଶିଶୁ ମନ୍ଦିରରେ ହୋଇଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରରୁ । ପ୍ରବାସୀ ଓଡିଆମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲେ ମଧ୍ୟ ବଡବଡ ବାବୁମାନଙ୍କ ଦାୟିତ୍ବହୀନତା ମନୋଭାବ ଯୋଗୁଁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

କେନ୍ଦ୍ରାପଡା ସଙ୍ଗରୋଧ କେନ୍ଦ୍ରର ଜଳଖିଆରେ ମଲା ଝିଟିପିଟି

ସୂଚନାଯୋଗ୍ୟ, ପ୍ରବାସୀ ଓଡିଆମାନେ ରହୁଥିବା ସରକାରୀ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଗୁରୁବାର ସକାଳ ଜଳଖିଆରେ ଥିବା ତାଲିକା ଅନୁଯାୟୀ ଉପମା ତରକାରୀ ଦିଆଯାଇଥିଲା । ସେହି ତରକାରୀରୁ ଏକ ମଲା ଝିଟିପିଟି ବାହାରିବାରୁ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନେ ପାଟିତୁଣ୍ଡ କରିଥିଲେ । ଏନେଇ ଗରଦପୁର ବିଡିଓ ରଶ୍ମିରଞ୍ଜନ ମଲ୍ଲିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏହି ଘଟଣା ସମ୍ପର୍କରେ ଅବଗତ ଥିବା ଓ ଉକ୍ତ ସଙ୍ଗରୋଧ କେନ୍ଦ୍ରକୁ ନିଜେ ପରିଦର୍ଶନରେ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିବା କହିଥିଲେ । ତେବେ ଏହି ଜଳଖିଆକୁ କେହି ଖାଇନଥିବା ସୂଚନା ଦେଇଛନ୍ତି ଗରଦପୁର ବିଡିଓ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 21, 2020, 8:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.