କେନ୍ଦ୍ରାପଡ଼ା: ସମ୍ଭାବ୍ୟ ବାତ୍ୟାସ୍ଥିତି ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କେନ୍ଦ୍ରାପଡାରେ ପହଞ୍ଚି ଜରୁରୀକାଳୀନ ବୈଠକ କରିଛନ୍ତି । ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରିତ ମାନଙ୍କୁ ସମସ୍ତ ପ୍ରକାର ସୁଵିଧା ଯୋଗାଇଦେବା ନେଇ ସମୀକ୍ଷା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ତେବେ କୋଭିଡ଼ ପାଇଁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ସ୍ଥାନାନ୍ତର ସମୟରେ ମାସ୍କ ବଣ୍ଟନ ଏବଂ ସାନିଟାଇଜର ବାଧ୍ୟତାମୂଳକ ଯୋଗାଇ ଦିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ବାତ୍ୟା ସମୟରେ ଧନଜୀବନ ହାନି ନହେବା ନେଇ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମୃତ ଋତୁରାଜ,ଏସ୍ ପି ମଦକର ସନ୍ଦୀପ ସଂପଦ,ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର ପ୍ରମୂଖ ଯୋଗ ଦେଇଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ