ETV Bharat / state

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡାରେ NDRF ଟିମ - cyclone bulbul

'ବୁଲବୁଲ' ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ଏପଟେ ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାର ସମସ୍ତ ବ୍ଲକକୁ ଆଲର୍ଟ କରାଯାଇଛି । ଏହାସହ NDRFର ଏକ ୨୫ଜଣିଆ ଟିମ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଅଧିକ ଖବର ପଢନ୍ତୁ...

ଭିଜେଇବ 'ବୁଲବୁଲ',ମୁକାବିଲା ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ୍ ଟିମ
author img

By

Published : Nov 8, 2019, 5:50 PM IST

କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟା 'ବୁଲବୁଲ' ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସକାଳୁ ଆରମ୍ଭ ହୋଇଛି ଲଗାଣ ବର୍ଷା । ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ବ୍ଲକକୁ ଆଲର୍ଟ କରାଯାଇଛି । ଏହି ସାମୁଦ୍ରିକ ଝଡ ବନ୍ଦରନଗରୀ ପାରାଦୀପ ଉପକୂଳ ଠାରୁ ବର୍ତ୍ତମାନ ପ୍ରାୟ 250 କିମି ଦୂରରେ ରହିଛି । ଏନେଇ ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ମୁନସିପାଲିଟିରେ ସତର୍କ ସୂଚନା ଜାରି ହୋଇଛି ।

ଭିଜେଇବ 'ବୁଲବୁଲ',ମୁକାବିଲା ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ୍ ଟିମ

ଲଗାଣ ବର୍ଷା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀ ଭାଇମାନଙ୍କୁ ମାଇକ ମାଧ୍ୟମରେ ସତର୍କ କରାଯାଇଛି । ଏହାସହ ବଜାର ଦରକୁ ନିୟନ୍ତ୍ରଣ ଓ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାରେ ବର୍ଷାର ପ୍ରଭାବ ଏତେଟା ଦେଖାଯାଇନଥିବା ବେଳେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । କିନ୍ତୁ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ସତର୍କ କରାଯାଇଛି । ଜିଲ୍ଲାରେ NDRFର ଗୋଟିଏ ଟିମ, ODRAFର ଦୁଇଟି ଟିମ, ଅଗ୍ନିଶମ ବିଭାଗର ତିନୋଟି ଟିମ ରହିଥିବା ସୂଚନା ଦେଇଛନ୍ତି ଆପଦକାଳୀନ ଅଧିକାରୀ ସମ୍ବିତ ଶତପଥି ।

NDRFର ୨୫ଜଣିଆ ଟିମ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚି ଉପକୂଳବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଳକ ଗସ୍ତରେ ଯାଇଛନ୍ତି । ଜିଲ୍ଲାରେ ବର୍ଷା କିମ୍ବା ବୁଲବୁଲ ପ୍ରଭାବରେ ଭାଙ୍ଗି ପଡିଥିବା ଗଛ, ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଇତ୍ୟାଦି ଦିଗରେ ଏହି ଟିମ ସହଯୋଗ କରିବା ପାଇଁ ମୁଣ୍ଡଳୀରୁ ଆସିଥିବା କହିଛନ୍ତି NDRF ଅଧିକାରୀ ସୁନୀଲ କୁମାର ଶାନ୍ତି ।

ସେହିପରି ଲଗାଣ ବର୍ଷା ଓ ବାତ୍ୟା ପ୍ରଭାବ ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଶୁକ୍ରବାର ଓ ଶନିବାର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି କୃଷକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସହଯୋଗ କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅପରପକ୍ଷରେ ଜିରୋ କାଜୁଆଲିଟି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତେବେ ଗତ ମେ ମାସରେ ଫନି ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାସହ କୃଷିର ବ୍ୟାପକ ନଷ୍ଟ, ସରକାରୀ ଭାବରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ କିପରି 'ବୁଲବୁଲ'ର ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:08.11.2019
Radhakanta Mohanty, Kendrapara
Slug-od_kpr_02_bulbul upd_script_7204459
Anchor-ବାତ୍ୟା ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ସକାଳୁ ଆରମ୍ଭ ହୋଇଛି ଲଗାଣ ବର୍ଷା।ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କୁ ଆଲର୍ଟ କରାଯାଇଛି।
Body:VO1-ସାମୁଦ୍ରିକ ବାତ୍ୟା ପାରାଦ୍ୱୀପ ଉପକୂଳ ଠାରୁ ପ୍ରାୟ ୧୦୦ କିମି ଦୂରରେ ଥିବା ବେଳେ ଏନେଇ ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ସତର୍କ ସୂଚନା ଜାରି ରହିଛି।ଲଗାଣ ବର୍ଷା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀ ଭାଇ ମାନଙ୍କୁ ମାଇକ ମାଧ୍ୟମରେ ସତର୍କ କରାଯାଇଥିବା ବେଳେ ବଜାରକୁ ନିୟନ୍ତ୍ରଣ କରାଯାଇଥିବା ଓ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷାର ପ୍ରଭାବ ଏତେଟା ଦେଖାଯାଇନଥିବା ବେଳେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ କିନ୍ତୁ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାର ମାନଙ୍କୁ ସତର୍କ କରାଯାଇଛି।ଜିଲ୍ଲାରେ NDRFର ଗୋଟିଏ ଟିମ,ODRAFର ଦୁଇଟି ଟିମ,ଅଗ୍ନିଶମ ବିଭାଗର ତିନୋଟି ଟିମ ରହିଥିବା ସୂଚନା ଦେଇଛନ୍ତି ଆପଦକାଳୀନ ଅଧିକାରୀ ସମ୍ବିତ ଶତପଥି।
Byt-ସମ୍ବିତ କୁମାର ଶତପଥି(ଜିଲ୍ଲା ଆପଦକାଳୀନ ଅଧିକାରୀ,କେନ୍ଦ୍ରାପଡ଼ା)
VO2-NDRFର ୨୫ଜଣିଆ ଟିମ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚି ଉପକୂଳବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଳକକୁ ଯାଇଥିବା ବେଳେ ଏଠାରେ କୌଣସି ପ୍ରକାରର ବର୍ଷା କିମ୍ବା ବୁଲବୁଲ ପ୍ରଭାବରେ ଭାଙ୍ଗି ପଡିଥିବା ଗଛ,ଲୋକମାନଙ୍କୁ ସ୍ଥାନାନ୍ତରଣ ଇତ୍ୟାଦି ଦିଗରେ ଏହି ଟିମ ସହଯୋଗ କରିବା ପାଇଁ ମୁଣ୍ଡଳୀରୁ ଆସିଥିବା କହିଛନ୍ତି NDRF ଅଧିକାରୀ ସୁନୀଲ କୁମାର ଶାନ୍ତି।
Byte-ସୁନୀଲ କୁମାର ଶାନ୍ତି(NDRF ଅଧିକାରୀ)
VO3-ସେହିପରି ଲଗାଣ ବର୍ଷା ଓ ବାତ୍ୟା ପ୍ରଭାବ ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଜି ଓ ଆସନ୍ତାକାଲି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।ସେହିପରି କୃଷକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସହଯୋଗ କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।ଅପରପକ୍ଷରେ ଜିରୋ କ୍ୟାଜୁଆଲିଟି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Byte-ସମର୍ଥ ବର୍ମା(ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
Conclusion:FVO-ତେବେ ଗତ ମେ ମାସରେ ଫନି ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା,କୃଷିର ବ୍ୟାପକ ନଷ୍ଟ,ସରକାରୀ ଭାବରେ ୪ ଜଣଙ୍କର ମୃତ୍ୟୁ ଇତ୍ୟାଦି ଠାରୁ ଶିକ୍ଷା କରିଥିବା ଜିଲ୍ଲା ପ୍ରଶାସନ କିପରି ବୁଲବୁଲ କ୍ଷତିର ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.