ETV Bharat / state

ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା - kendrapada Cyclothone on Road safety

କେନ୍ଦ୍ରାପଡାରେ ୩୨ ତମ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ଟାଉନରେ ଏକ ସାଇକେଲ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ା ସାଇକେଲ କ୍ଲବର ମିଳିତ ସହଯୋଗରେ ସାଇକେଲ ଯାତ୍ରା କରାଯାଇଛି । ଅଧିକ ପଢନ୍ତୁ...

Cyclothone on Road safety
କେନ୍ଦ୍ରାପଡାରେ ସଡକ ସୁରକ୍ଷା ମାସ ଅବସରରେ ସାଇକେଲ ଶୋଭାଯାତ୍ରା
author img

By

Published : Jan 22, 2021, 4:08 PM IST

କେନ୍ଦ୍ରାପଡା: ସଡକ ସୁରକ୍ଷା ମାସ ଅବସରରେ ସାଇକେଲ ଶୋଭାଯାତ୍ରା । ୩୨ ତମ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ଟାଉନରେ ଏକ ସାଇକେଲ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

କେନ୍ଦ୍ରାପଡାରେ ସଡକ ସୁରକ୍ଷା ମାସ ଅବସରରେ ସାଇକେଲ ଶୋଭାଯାତ୍ରା

ସଡକ ସୁରକ୍ଷା ମାସରେ ଲୋକଙ୍କୁ ସଚେତନ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ା ସାଇକେଲ କ୍ଲବର ମିଳିତ ସହଯୋଗରେ ଅନୁଷ୍ଠିତ ସାଇକେଲ ପରିକ୍ରମା କାର୍ଯ୍ୟକ୍ରମ । ଏହି କାର୍ଯ୍ଯକ୍ରମରେ ୮୦ରୁ ଅଧିକ ସାଇକଲ ଆରୋହୀ ଯୋଗ ଦେଇଥିଲେ l ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରୁ ଏହି ସାଇକେଲ ଯାତ୍ରା ବାହାରି ସହର ପରିକ୍ରମା କରି ଗରାପୁର୍ ଛକ, ତିନିମୁହାଁଣୀ,ଦୁହୁରିଆ ଦେଇ ଆରଟିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନରହରି ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ପରିକ୍ରମାର ଶୁଭାରମ୍ଭ କରିଥିଲେ l ସେହିପରି ଦୁହୁରିଆ ସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅୟୋଜିତ ସାଧରଣ ସଭାରେ ଅତିଥି ଭାବେ ଯୋଗ ଦେଇ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ ସଡ଼କ ସୁରକ୍ଷା ସଂପର୍କରେ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଆବଶ୍ୟକ ବୋଲି ମତ ଦେବା ସହ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଇକେଲ କ୍ଲବର ଉଦ୍ୟମକୁ ପ୍ରଶଂସା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ସ୍ଥାନରୁ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ,ସମାଜସେବୀ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ l ଆଗାମୀ ଦିନରେ କେନ୍ଦ୍ରାପଡ଼ା ସାଇକେଲ କ୍ଲବ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.