ETV Bharat / state

ହୃଦଘାତରେ CRPF ଯବାନ ସଂଗ୍ରାମଙ୍କ ବିୟୋଗ, ମୁଖାଗ୍ନୀ ଦେଲା 4 ବର୍ଷର ପୁଅ

author img

By ETV Bharat Odisha Team

Published : Sep 15, 2023, 8:48 AM IST

Updated : Sep 15, 2023, 8:54 AM IST

କାର୍ଯ୍ୟରତ ଥିବା ସମୟରେ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କେନ୍ଦ୍ରାପଡାର ସଂଗ୍ରାମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ

crpf jawan dies of cardiac arrest
ହୃଦଘାତରେ CRPF ଯବାନଙ୍କ ସଂଗ୍ରାମଙ୍କ ବିୟୋଗ
ହୃଦଘାତରେ CRPF ଯବାନଙ୍କ ସଂଗ୍ରାମଙ୍କ ବିୟୋଗ

କେନ୍ଦ୍ରାପଡା: ଶହୀଦ ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହେଲା ସାରା ସହର । ଆଖିରେ ଲୁହ ଓ ଛାତିରେ କୋହ ନେଇ ସିଆରପିଏଫ ଯବାନଙ୍କୁ ବିଦାୟ ଦେଇଛନ୍ତି ଆତ୍ମୀୟ ଓ ସୁନାଇଲୋ ଗାଁ । କାର୍ଯ୍ୟରତ ଥିବା ସମୟରେ ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତିଙ୍କ ବିୟୋଗ ହୋଇଛି । ପୌତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କେନ୍ଦ୍ରାପଡାର ସଂଗ୍ରାମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । 4 ବର୍ଷର ପୁଅ ମୁଖାଗ୍ନି ଦେଇଛନ୍ତି । ସଂଗ୍ରାମଙ୍କୁ ହରାଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳାଯାଇଛି ।

ଛତିଶଗଡ଼ ବିଜେପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଟ୍ରେନିଂରେ ଥିବେ କେନ୍ଦ୍ରାପଡାର ସଂଗ୍ରାମ ମହାନ୍ତି । ଗତ ବୁଧବାର ସକାଳେ ସିଆରପିଏଫ ହାବିଲଦାର ତଥା କେନ୍ଦ୍ରାପଡ଼ା ପୌରାଞ୍ଚଳ ଅଧିନ ସୁନାଇଲୋ ଗାଁର ସଂଗ୍ରାମ ମହାନ୍ତି ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ କାରଣରୁ ସଂଗ୍ରାମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ପରିବାର ସମେତ ସମଗ୍ର କେନ୍ଦ୍ରାପଡା ଶୋକରେ ବୁଡିଛି ।

୨୦୦୧ ମସିହାରୁ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ ସଂଗ୍ରାମ । ତାଙ୍କ ମୃତଦେହ ଗୁରୁବାର ସୁନାଇଲୋ ଗାଁରେ ପହଞ୍ଚିବା ପରେ ଜିଲ୍ଲାର ଅନେକ ରାଜନେତା, ବୁଦ୍ଧିଜୀବୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଗ୍ରାମଙ୍କ ଦେହାନ୍ତ ଜିଲ୍ଲା ଓ ଦେଶ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା । ତାଙ୍କର ସାମାଜିକ ଦାୟିତ୍ୱ ବୋଧତା ଓ ଦେଶପ୍ରେମ ପାଇଁ ସମସ୍ତେ ତାଙ୍କୁ ମନେରଖିବେ ବୋଲି କହିଛନ୍ତି ବିଧାୟକ ।

ଏହା ବି ପଢନ୍ତୁ...Anantnag Martyrs Bravery story: ଅପରେସନରେ ବ୍ୟସ୍ତ ଅଛି ମା’...କର୍ଣ୍ଣେଲଙ୍କ ଶେଷ କଲ

ସେହିପରି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ସଂଗ୍ରାମଙ୍କ ଅବର୍ତ୍ତନମାନ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି ଓ ଦେଶ ମାତୃକାର ସେବା କରୁକରୁ ପ୍ରାଣବଳୀ ଦେଇ ସେ ଅମର ଓ ଅଜୟ ହୋଇଛନ୍ତି ବୋଲି କହିଛନ୍ତି । ସଂଗ୍ରାମଙ୍କ ଏକ 4ବର୍ଷର ଶିଶୁପୁତ୍ର ସାଇପ୍ରସାଦ ଓ ପତ୍ନୀ ଭୁବନେଶ୍ୱର ସ୍ଥିତ ସିଆରପିଏଫ କ୍ୟାମ୍ପସରେ ରହୁଛନ୍ତି । ଗତକାଲି (ଗୁରୁବାର) ସ୍ଥାନୀୟ ରଣପଡ଼ା ଶ୍ମଶାନରେ ରାଷ୍ଟ୍ରୀୟ ତୋପ ସଲାମୀ ସହ ସଂଗ୍ରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଇଟିିଭି ଭାରତ, କେନ୍ଦ୍ରାପଡା

Last Updated : Sep 15, 2023, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.