ETV Bharat / state

ବର୍ଷା ଓ ପ୍ରଶାସନିକ ଉଦାସୀନତା, ମାନ୍ଦାରେ ବାଣ ବ୍ୟବସାୟ - ବର୍ଷା ଓ ପ୍ରଶାସନିକ ଉଦାସୀନତା

ଲଗାଣ ବର୍ଷା ଓ ପ୍ରଶାସନିକ ଉଦାସୀନତା ପାଇଁ ଚଳିତ ବର୍ଷ ଜିଲ୍ଲାରେ ବାଣ ବ୍ୟବସାୟ ମାନ୍ଦା ପରିଲକ୍ଷିତ ହୋଇଛି । ପ୍ରଶାସନ ପାଖକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ବ୍ୟବସାୟୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା ବୋଲି ବାଣବ୍ୟବସାୟୀ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Oct 27, 2019, 1:30 AM IST

କେନ୍ଦ୍ରାପଡା: ଲଗାଣ ବର୍ଷା ଓ ପ୍ରଶାସନିକ ଉଦାସୀନତା ପାଇଁ ଚଳିତ ବର୍ଷ ଜିଲ୍ଲାରେ ବାଣ ବ୍ୟବସାୟ ମାନ୍ଦା ପରିଲକ୍ଷିତ ହୋଇଛି । ଦୀର୍ଘ ଏକମାସ ଧରି ପ୍ରଶାସନ ପାଖକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ବ୍ୟବସାୟୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ତେବେ ଗିରଫ ଓ ବାଣ ଜବତ ଭୟରେ ପୂର୍ବରୁ କୌଣସି ବ୍ୟବସାୟୀ ବାଣ ଆଣି ନଥିଲେ । ତେବେ ବର୍ତ୍ତମାନ ବଜାରରେ ଯେଉଁ ବାଣ ମିଳୁଛି ତାହାର ଦର ଅଧିକ ରହିଛି । ଦର ଶୁଣି ବାଣ କିଣିବାକୁ ଇଚ୍ଛା ହେଉ ନଥିଲେ ମଧ୍ୟ ବାଧ୍ୟ ହୋଇ କିଣିବାକୁ ପଡୁଛି ବୋଲି ଗ୍ରାହକ କହିଛନ୍ତି । ଅନ୍ୟପଟରେ ବଜାରରେ ବିଭିନ୍ନ ପ୍ରକାରର ବାଣ ଉପଲବ୍ଧ ହୋଇଥିଲେ ମଧ୍ୟ ଦର ଟିକିଏ ଅଧିକ ଥିବା କହିଛନ୍ତି ବ୍ୟବସାୟୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଚଳିତବର୍ଷ ଜିଲ୍ଲାରେ ମୋଟ 151ଜଣ ଓ କେନ୍ଦ୍ରାପଡ଼ା ସହରରେ ମୋଟ 80ଜଣ ବ୍ୟବସାୟୀ ଅଗ୍ନିଶମ ବିଭାଗ ପାଖରୁ ବ୍ୟବସାୟ ପାଇଁ ଅନୁମତି ନେଇଥିଲେ । ହେଲେ ପ୍ରଶାସନିକ ଉଦାସୀନତା ଓ ଧାଁ ଧଉଡ଼ ପାଇଁ ମାତ୍ର 19ଜଣ ବ୍ୟବସାୟୀ ସହରର ନୂଆ ବସଷ୍ଟାଣ୍ଡ ନିକଟସ୍ଥ ପଡ଼ିଆରେ ବାଣ ବ୍ୟବସାୟ ପାଇଁ ଆଜି ସକାଳୁ ଅସ୍ଥାୟୀ ଦୋକାନ ଖୋଲିଛନ୍ତି । ତେବେ କୌଣସି ପ୍ରକାର ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ସରକାରୀ ଗାଇଡ଼ଲାଇନ ଅନୁସାରେ ନିଆଁ ଲିଭା ଗ୍ୟାସ, ବାଲିବସ୍ତା, ପାଣି ବାଲଟି ଇତ୍ୟାଦି ପାଖରେ ରଖିଥିବା ଦେଖାଯାଇଛି । ଅଗ୍ନିଶମ ବାହିନୀର ଗୋଟିଏ ଗାଡି ମଧ୍ୟ ଉକ୍ତ ସ୍ଥାନରେ ରଖିବାପାଇଁ ଅଗ୍ନିଶମ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:26.10.2019
Radhakanta Mohanty, Kendrapada
Slug-od_kpr_02_crackers_script_7204459
Anchor-ଆଉ ମାତ୍ର କେଇ ଘଣ୍ଟା ପରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି।ଦୀପାବଳୀ ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର।ଆଲୋକର ପର୍ବରେ ବାଣ ଫୁଟାଇ ମଜ୍ଜା ନିଅନ୍ତି ସମସ୍ତ ଜନସାଧାରଣ।ଦୀପାବଳି ପୁର୍ବରୁ ବାଣ ଦୋକାନ ଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଥାଏ।
Body:VO1-କିମ୍ବଦନ୍ତୀ ଅନୁସାରେ ଦୀପାବଳୀ ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର 14ବର୍ଷ ବନବାସ ଶେଷ କରି ଅଯୋଦ୍ଧାକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ସାରା ଅଯୋଦ୍ଧାବାସୀ ରାଜ୍ୟରେ ଦୀପ ଓ ଆତସବାଜି ମାଧ୍ୟମରେ ତାଙ୍କୁ ସ୍ବାଗତ ସ୍ୱାଗତ କରିଥିଲେ।ଏହାକୁ ଦୃଷ୍ଟିରେ ରଖି ସମସ୍ତ ହିନ୍ଦୁ ଏହିଦିନ ଦୀପାବଳୀ ପର୍ବ ପାଳନ କରିବା ସହ ବାଣ ଫୁଟାଇ ଆନନ୍ଦ ଉଠାଇଥାନ୍ତି।ତେବେ ଲଗାଣ ବର୍ଷା ଓ ପ୍ରଶାସନିକ ଉଦାସୀନତା ପାଇଁ ଚଳିତବର୍ଷ କେନ୍ଦ୍ରାପଡ଼ାରେ ବାଣ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।ଦୀର୍ଘ ଏକମାସ ଧରି ପ୍ରଶାସନ ପାଖକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ବ୍ୟବସାୟୀ ମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା।ତେବେ ଗିରଫ ଓ ବାଣ ଜବତ ଭୟରେ ପୁର୍ବରୁ କୌଣସି ବ୍ୟବସାୟୀ ବାଣ ଆଣିବାକୁ ସାହସ କରିନଥିବା ବେଳେ ବର୍ତ୍ତମାନ ବଜାରରେ ଯେଉଁ ବାଣ ମିଳୁଛି ତାହାର ଦର ଆକାଶଛୁଆଁ।ଦର ଶୁଣି ବାଣ କିଣିବାକୁ ଇଚ୍ଛା ହେଉନଥିଲେ ମଧ୍ୟ ବାଧ୍ୟ ହୋଇ କିଣିବାକୁ ପଡୁଛି ବୋଲି କହିଛନ୍ତି ଜଣେ ଗ୍ରହୀତା।ସେପଟେ ବଜାରରେ ବକ୍ସ ବାଣ, ତାଳ ଫୋଟକା, ଝରଝରି,ଧପଧପି,ରସୁଣ ବାଣ,ଆକାଶଛତା ଭଳି ନାନା କିସମର ଆକର୍ଷଣୀୟ ବାଣ ଓ ମନୋମୁଗ୍ଧକର ବାଣ ମିଳୁଥିବା ଓ ଦର ଟିକିଏ ଅଧିକ ଥିବା କହିଛନ୍ତି ବ୍ୟବସାୟୀ।
Byt-ନଳିନିପ୍ରଭା ରାଉତ(ଗ୍ରହୀତା)
Byt-ବୃନ୍ଦାବନ ସ୍ୱାଇଁ(ବ୍ୟବସାୟୀ)
VO2-ଚଳିତବର୍ଷ ଜିଲ୍ଲାରେ ମୋଟ 151 ଜଣ ଓ କେନ୍ଦ୍ରାପଡ଼ା ସହରରେ ମୋଟ 80ଜଣ ବ୍ୟବସାୟୀ ଅଗ୍ନିଶମ ବିଭାଗ ପାଖରୁ ବ୍ୟବସାୟ ପାଇଁ ଅନୁମତି ନେଇଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଧାଁ ଧଉଡ଼ ପାଇଁ ମାତ୍ର 19ଜଣ ବ୍ୟବସାୟୀ ସହରର ନୂଆ ବସଷ୍ଟାଣ୍ଡ ନିକଟସ୍ଥ ପଡ଼ିଆରେ ବ୍ୟବସାୟ ପାଇଁ ଆଜି ସକାଳୁ ଅସ୍ଥାୟୀ ଦୋକାନ ଖୋଲିଛନ୍ତି।ତେବେ କୌଣସି ପ୍ରକାର ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ସରକାରୀ ଗାଇଡ଼ଲାଇନ ଯେମିତିକି ନିଆଁ ଲିଭା ଗ୍ୟାସ,ବାଲିବସ୍ତା, ପାଣି ବାଲଟି ଇତ୍ୟାଦି ପାଖରେ ରଖିଥିବା ଦେଖାଯାଇଛି।ଅଗ୍ନିସମ ବାହିନୀ ର ଗୋଟିଏ ଗାଡି ମଧ୍ୟ ଉକ୍ତ ସ୍ଥାନରେ ରଖିବାପାଇଁ ପ୍ରତିଶୃତି ଦେଇଛନ୍ତି ଅଗ୍ନିଶମ ଅଧିକାରୀ।
Byt-ବୀରଭଦ୍ର ଟୁଡୁ(ଅଗ୍ନିଶମ ଅଧିକାରୀ, କେନ୍ଦ୍ରାପଡ଼ା)
Conclusion:FVO-ଗୋଟିଏ ପଟେ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ପ୍ରତିକୂଳ ପାଗ ଦାଉ ସାଧିଥିବା ବେଳେ ଅନ୍ୟପଟେ ପ୍ରଶାସନିକ ସ୍ଥାନ ନିରୂପଣ କାର୍ଯ୍ୟ ଚଳିତବର୍ଷ ଦୀପାବଳୀରେ ବାଣ ଫୁଟାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.