ETV Bharat / state

ଦୀପାବଳିରେ ବାଣ ନେଲା ଜଣଙ୍କ ଜୀବନ, ଜଣେ ଗୁରୁତର

author img

By

Published : Nov 4, 2021, 10:10 PM IST

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଯୁଇଦାସ ପୁର ଗାଁରେ ବାଣ ବିସ୍ଫୋରଣ । ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ବାଣ କାରିଗର କୃଷ୍ଣଚନ୍ଦ୍ର ନାୟକ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ବାଣ ବିସ୍ଫୋରଣରେ ଜଣେ ମୃତ, ଜଣେ ଗୁରୁତର
ବାଣ ବିସ୍ଫୋରଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଯୁଇଦାସ ପୁର ଗାଁରେ ବାଣ ବିସ୍ଫୋରଣ । ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ବାଣ କାରିଗର କୃଷ୍ଣଚନ୍ଦ୍ର ନାୟକ ବୋଲି ଜଣାପଡ଼ିଛି । ତେବେ ଏହି ଘଟଣାରେ କୃଷ୍ଣଚନ୍ଦ୍ରଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ବାଣ ପ୍ରସ୍ତୁତ ହେଉଥିବା ଚାଳ ଛପର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏମିତିକି ନିକଟରେ ଥିବା କୋଠା ଘର ଝର୍କା କବାଟ ମଧ୍ୟ ଭାଙ୍ଗୁରୁଜି ନଷ୍ଟ ହୋଇଯାଇଛି।

ବାଣ ବିସ୍ଫୋରଣରେ ଜଣେ ମୃତ, ଜଣେ ଗୁରୁତର

ଆଜି(ଗୁରୁବାର) ସନ୍ଧ୍ୟାରେ କୃଷ୍ଣଚନ୍ଦ୍ର ନିଜ ଘରେ ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। ଫଳରେ ପାଖରେ ଥିବା ବାଣ ତିଆରି ସାମଗ୍ରୀ ସମେତ ବିକ୍ରି ପାଇଁ ଥିବା ବାଣରେ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ବଡ଼ ଧରଣର ଶବ୍ଦ କରି ନିଆଁ ଜଳି ଉଠିଥିଲା। ବିସ୍ଫୋରଣରେ କୃଷ୍ଣଚନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗ୍ରାମବାସୀ ମାନେ ନିଆଁ ନିୟନ୍ତ୍ରଣକୁ ଆଣିଥିଲେ। ପରେ ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଆହତ ବ୍ୟକ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.