କେନ୍ଦ୍ରାପଡା: ବେଆଇନ ଗୋ ଚାଲାଣବେଳେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ରାଜନଗର ଜଳିଛକ ଠାରୁ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏହାସହ ୧୨ ଜଣ ଗୋ ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଜରଙ୍ଗ ଦଳ ଏବଂ ପୋଲିସର ମିଳିତ ସହଯୋଗ ଚଢାଉ କରାଯାଇଥିଲା । ଯେଉଁଥିରେ 25 ରୁ ଉର୍ଦ୍ଧ୍ବ ଗୋରୁ ଏବଂ ଷଣ୍ଢ ଉଦ୍ଧାର କରାଯାଇଥିବା ବେଳେ ଏକ ବୋଲେରୋ ଗାଡି ଜବତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ