ETV Bharat / state

ଅନ୍ତସତ୍ତ୍ଵା ଦିବ୍ୟାଙ୍ଗ ପ୍ରେମିକାକୁ ଦେଉଥିଲେ ହତ୍ୟା ଧମକ, ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ - କେନ୍ଦ୍ରାପଡ଼ା ଆଡହକ ନ୍ୟାୟାଳୟଙ୍କ ରାୟ

ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅନ୍ତସତ୍ତ୍ଵା କରିବା ପରେ ହତ୍ୟା ଧମକ ଘଟଣାରେ ରାୟ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ଅନ୍ତସତ୍ତ୍ଵା ଦିବ୍ୟାଙ୍ଗ ପ୍ରେମିକାକୁ ଦେଉଥିଲେ ହତ୍ୟା ଧମକ, ଦୋଷୀକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

author img

By

Published : Mar 23, 2022, 6:57 AM IST

କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅନ୍ତସତ୍ତ୍ଵା କରିବା ପରେ ହତ୍ୟା ଧମକ ଘଟଣାରେ ରାୟ ଦେଇଛନ୍ତି କୋର୍ଟ । ଏହି ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଖାଲି ସେତିକି ନୁହେଁ ଦୋଷୀ ଅଟୋ ଡ୍ରାଇଭରକୁ ୫ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡା ପାଇଁ ରାୟ ଦେଇଛନ୍ତି କୋର୍ଟ ।

ଅନ୍ତସତ୍ତ୍ଵା ଦିବ୍ୟାଙ୍ଗ ପ୍ରେମିକାକୁ ଦେଉଥିଲେ ହତ୍ୟା ଧମକ, ଦୋଷୀକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ନିକିରାଇ ଥାନା ଅଞ୍ଚଳରେ ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଅଟୋ ଡ୍ରାଇଭର କାଳିଆ ମଳିକ । ବିବାହର ପ୍ରଲୋଭନ ଦେଖାଇ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଯୁବତୀ ଜଣକ ୭ ମାସର ଗର୍ଭଧାରଣ କରି ବିବାହ କରିବାକୁ ଜିଦ୍‌ କରିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲା ଦୋଷୀ ଅଟୋ ଚାଳକ ।

୨୦୧୫ ମସିହା ଜୁନ୍‌ ମାସ ୨୬ ତାରିଖରେ ଦୋଷୀ ଅଟୋ ଚାଳକ ଜଣକ ହତ୍ୟା ଧମକ ଦେଇଥିବା ଯୁବତୀଙ୍କ ବାପା ନିକିରାଇ ଥାନାରେ ଅଭିଯୋଗ କରିଥିଲେ। ଏତଲା ପରେ ଅଭିଯୁକ୍ତ କାଳିଆ ଦୀର୍ଘଦିନ ଧରି ଫେରାର ହୋଇଥିବା ବେଳେ ପୋଲିସ ହାତରେ ଧରାପଡି ଜେଲ୍‌ ଦଣ୍ଡ ଭୋଗୁଥିଲେ । ତେବେ ଆଜି ଆଡହକ ନ୍ୟାୟାଳୟ କାଳିଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାକୁ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.