ETV Bharat / state

ସଟଡାଉନରେ କଡାକଡି କୋରୋନା କଟକଣା - କେନ୍ଦ୍ରାପଡା

ଆଜି ହେଉଛି ଜୁଲାଇ ମାସର ଶେଷ ରବିବାର । ଅର୍ଥାତ ସାପ୍ତାହିକ ସଟଡାଉନର ଶେଷ ଦିନ। ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ କେନ୍ଦ୍ରାପଡା ଜିଲ୍ଲାରେ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇ ଅମାନିଆଙ୍କୁ ସାବାଡ଼ କରି ଜୋରିମାନା ଆଦାୟ କରାଯାଉଛି । ଅଧିକ ଖବର ପଢନ୍ତୁ...

ସଟଡାଉନରେ କଡାକଡି କୋରୋନା କଟକଣା
ସଟଡାଉନରେ କଡାକଡି କୋରୋନା କଟକଣା
author img

By

Published : Jul 26, 2020, 4:59 PM IST

କେନ୍ଦ୍ରାପଡା: ଆଜି ହେଉଛି ଜୁଲାଇ ମାସର ଶେଷ ରବିବାର । ଅର୍ଥାତ ସାପ୍ତାହିକ ସଟଡାଉନର ଶେଷ ଦିନ। ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ 400 ସଂଖ୍ୟା ଅତିକ୍ରମ କରିଥିବା ବେଳେ ଏହି ସାପ୍ତାହିକ ସଟଡାଉନ ସମୟରେ ଅମାନିଆଙ୍କ ପାଇଁ କ୍ରୁର ଓ ଅତ୍ୟାବଶ୍ୟକ କାର୍ଯ୍ୟରେ ଆସୁଥିବା ଲୋକମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି କେନ୍ଦ୍ରାପଡ଼ା ଆରକ୍ଷୀ ବାହିନୀ।

ସଟଡାଉନରେ କଡାକଡି କୋରୋନା କଟକଣା

ସହରର ତିନିମୁହାଣୀ ଠାରେ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇ ଅମାନିଆଙ୍କୁ ସାବାଡ଼ କରି ଜୋରିମାନା ଆଦାୟ କରାଯାଉଛି । ଅନ୍ୟପଟେ ଦୁଇଚକିଆ ଗାଡି ଗୁଡିକୁ ଜବତ ମଧ୍ୟ କରାଯାଉଛି। ସେହିପରି ଗତ କିଛିଦିନ ତଳୁ ଜିଲ୍ଲାରେ ଦୋକାନବଜାର ଗୁଡିକ ସୋମବାରରୁ ଶୁକ୍ରବାର ସକାଳ 6ଘଟିକା ଠାରୁ ଖୋଲି ସନ୍ଧ୍ୟା 6 ଘଟିକା ଯାଏଁ ଚାଲିବ ବୋଲି ନିଷ୍ପତ୍ତି ନେଇଥିଲେ କେନ୍ଦ୍ରାପଡା ଜିଲ୍ଲାପାଳ।

ତେବେ ବର୍ତ୍ତମାନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ଅଗଷ୍ଟ ମାସରେ କେନ୍ଦ୍ରାପଡା ଜିଲ୍ଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.